କନକ ବ୍ୟୁରୋ: ସାଉଥ୍ ଆଫ୍ରିକାରେ ପୁଣି କରୋନା ସଂକ୍ରମଣ ବହୁ ସଂଖ୍ୟାରେ ବଢ଼ିବାରେ ଲାଗିଛି । ଗତ ଡିସେମ୍ବର ପରଠାରୁ ସେଠାରେ କରୋନା ସଂକ୍ରମଣ ବେଶ୍ କମି ଯାଇଥିଲା । କିନ୍ତୁ ଗତ ୧ ସପ୍ତାହକ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟ ଭିତରେ ତିନି ଗୁଣା ସଂକ୍ରମଣ ବଢ଼ିଯାଇଛି । ଚିନ୍ତାର କଥା ହେଉଛି, ବହୁ ସଂଖ୍ୟାରେ ସଂକ୍ରମିତ ହସ୍ପିଟାଲରେ ଭର୍ତି ହେଉଛନ୍ତି । କୁହାଯାଉଛି, ସାଉଥ୍ ଆଫ୍ରିକାରେ ପଂଚମ ଲହର ଆସିଯାଇଛି । ଓମିକ୍ରନର ବିଏ-୪ ଓ ବିଏ-୫ ସବ୍-ଭାରିଆଂଟ ଏହି ସଂକ୍ରମଣ କରୁଛି ।
ଓମିକ୍ରନ ସଂକ୍ରମଣ ମଧ୍ୟ ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିଲା ଏବଂ ତା’ ପରେ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । କିନ୍ତୁ ଏ ଗତ ସପ୍ତାହ ଭିତରେ ବୃଦ୍ଧି ପାଉଥିବା ସଂକ୍ରମଣ ପଛରେ ସେହି ଓମିକ୍ରନର ସବ୍-ଭାରିଆଂଟ ଥିବାରୁ ଏହା ବେଶୀ ବ୍ୟାପି ନପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/news_covid_variatn_matteo_jorjoson_unsplash.jpg)