ସ୍ୱଦେଶ ଫେରିଲେ ସାଉଥଆଫ୍ରିକା ଖେଳାଳୀ । ହୋମ୍ ଆଇସୋଲେସନରେ ଅଲଗା ଅଲଗା ରହିବେ ୧୪ ଦିନ ।

Advertisment
ସ୍ୱଦେଶ ଫେରିଲେ ସାଉଥଆଫ୍ରିକା ଖେଳାଳୀ । ହୋମ୍ ଆଇସୋଲେସନରେ ଅଲଗା ଅଲଗା ରହିବେ ୧୪ ଦିନ ।

କନକ ବ୍ୟୁରୋ : କ୍ରିକେଟ୍ ଉପରେ ‘କରୋନା’ ଗ୍ରହଣ ଲାଗିବା ପରେ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ୍ ବାତିଲ ହୋଇଥିଲା । ଆଉ ଏହା ପରେ ସ୍ୱଦେଶ ଫେରିଯାଇଛନ୍ତି ଦକ୍ଷିଣଆଫ୍ରିକା ଖେଳାଳୀ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ନିଜ ଦେଶକୁ ଫରିବା ପରେ ୧୪ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହିବେ ସମସ୍ତ ଖେଳାଳୀ ।

publive-imageସୂଚନା ଅନୁଯାୟୀ, ଦକ୍ଷିଣଆଫ୍ରିକାର ସମସ୍ତ ଖେଳାଳୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହି ସମୟରେ କୌଣସି ଖେଳାଳୀଙ୍କ ପାଖରେ କିଛି ବି ଲକ୍ଷଣ ଦେଖାଗଲେ, ସଙ୍ଗେ ସଙ୍ଗେ ସେମାନଙ୍କୁ ଯାଞ୍ଚ କରାଯିବ । ଦକ୍ଷିଣଆଫ୍ରିକା କ୍ରିକେଟ୍ ଟିମ୍ ମଙ୍ଗଳବାର କୋଲକାତାରୁ ସାଉଥଆଫ୍ରିକାକୁ ଉଡାଣ ଭରିଥିଲେ । ଭ୍ରମଣକାରୀ ଦଳ ଭାରତ ସହ ୩ଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା । କିନ୍ତୁ କରୋନା ଭାଇରସ କାରଣରୁ ସିରିଜକୁ ରଦ୍ଦ କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe