ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ । ଏଡେନ୍ ମାର୍କରମଙ୍କୁ ମିଳିଲା ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ୱ ।

1,635

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବାବେଳେ, ଏହି ସିରିଜ୍ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ । ତେବେ ଏହାପୂର୍ବରୁ ଭାରତୀୟ ଦଳ ନିଜର ଦଳ ଘୋଷଣା କରିସାରିଥିବାବେଳେ, ଆଜି ନିଜର ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ବଡ ପରିବର୍ତ୍ତନ ଘଟିଛି । ଟେମ୍ବା ବାଭୁମା ଏବଂ ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ସୀମିତ ଓଭର ଫର୍ମାଟରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଏଡେନ୍ ମାର୍କରମ ସୀମିତ ଓଭରରେ ଦଳର ଅଧିନାୟକ ନିଯୁକ୍ତ ହେଇଛନ୍ତି । ଅନ୍ୟପଟେ ବାଭୁମା ଏବଂ ରାବାଡା ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ରହିବେ ଏବଂ ବାଭୁମା ଟେଷ୍ଟ ଫର୍ମାଟରେ ଦଳର ଅଧିନାୟକ ରହିବେ ବୋଲି ମଧ୍ୟ କୁହାଯାଇଛି ।

ନଜର ପକାନ୍ତୁ, ଦକ୍ଷିଣ ଆଫ୍ରିକା ଦଳ ଉପରେ…