ନୟନତାରାଙ୍କ ଭବିଷ୍ୟତ ଯୋଜନା, ଏଠାରେ ଗଢିବେ ନିଜର ପ୍ରଡକସନ୍ ହାଉସ୍

292

କନକ ବ୍ୟୁରୋ :  ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସଫଳତମ ଅଭିନେତ୍ରୀଙ୍କ ମଧ୍ୟରେ ନୟନତାରା ଅନ୍ୟତମ । ଅଭିନୟ ସାଙ୍ଗକୁ ଜଣେ ମହିଳା ବ୍ୟବସାୟୀ ଭାବେ ମଧ୍ୟ ଜଣାଶୁଣା । ତେବେ ନୟନତାରା ପୁଣି ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି । ଚେନ୍ନାଇରେ ଏକ ପୁରୁଣା ଥିଏଟର କିଣିବା ସହ ଭବିଷ୍ୟତ ଯୋଜନା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନୟନତାରା ତାଙ୍କ ସ୍ୱାମୀ ବିଗ୍ନେଶ୍ୱର ଶିବନଙ୍କ ସହ ଉତର ଚେନ୍ନାଇର ପୁରୁଣା ଅଗସ୍ତ୍ୟ ଥିଏଟର କୋଠାକୁ କିଣିଛନ୍ତି । ନୟନତାରାଙ୍କ ପ୍ରଡକ୍ସନ ହାଉସ ରହିଛି ଯାହାର ନାମ ହେଉଛି ରଉଡି ପିକଚର୍ସ  । ତେବେ ଏହି କମ୍ପାନୀ ଅଧିନରେ ସେ ଅଗସ୍ତ୍ୟ ଥିଏଟରକୁ କିଣିଛନ୍ତି ।

୧୯୬୭ରୁ ଅଗସ୍ତ୍ୟ ଥିଏଟର କାର୍ଯ୍ୟକ୍ଷମ ହେଉଥିଲା । ଯାହାକି ଦେବୀ ଗ୍ରୁପର ରହିଥିଲା । ତେବେ ଏହି ଥିଏଟରରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସୁପରଷ୍ଟାର ଯଥା ଏମଜିଆର, ଶିବାଜୀ ଗଣେଷ, ରଜନୀକାନ୍ତ, କମଲ ହାସନ, ଅଜିତ କୁମାର ଏବଂ ଥଲାପତି ବିଜୟଙ୍କ ଫିଲ୍ମ ପ୍ରଦର୍ଶିତ ହୋଇଛି । ଅବଶ୍ୟ ଏହି ଥିଏଟରଟି ୫୩ ବର୍ଷ ଚାଲିବା ପରେ ଅଥବା କରୋନା ମହାମାରୀ ଯୋଗୁଁ ୨୦୨୦ ମସିହା ପରଠାରୁ ବନ୍ଦ ହୋଇ ରହିଥିଲା । ଏହି କାରଣରୁ ଥିଏଟରର ବହୁ କ୍ଷତି ମଧ୍ୟ ସହିଛି ।

କୁହାଯାଉଛି କି, ଏହି ଥିଏଟରର ନବୀକରଣ ହେବ । ଏଠାରେ ଦୁଇଟି ପରଦାର ସୁବିଧା ରହିବ । ଏକାସାଙ୍ଗରେ ହଜାରେ ଦର୍ଶକ ଦେଖି ପାରିବା ଭଳି ବ୍ୟବସ୍ଥା କରାଯିବ । ତେବେ ଏହି ବ୍ୟବସାୟ ପୂର୍ବରୁ ନୟନତାରା ତାଙ୍କର ଜଣେ ବିଜନେସ ପାର୍ଟନରଙ୍କ ସହ ଚର୍ମ ଚିକିତ୍ସା କମ୍ପାନୀ ଖୋଲିଛନ୍ତି । ଏଠାରେ ଶହେ ପ୍ରକାରର ଲିପବାମ ରହିଛି । ଲିପବାମ ନିର୍ମାତା କମ୍ପାନୀଙ୍କ ମଧ୍ୟରେ ଭାରତରେ ତାଙ୍କ କମ୍ପାନୀ ବୋଲି ସେ ମଧ୍ୟ ଦାବି କରନ୍ତି । ସେପଟେ ସ୍ୱାମୀଙ୍କ ସହ ମିଶି ଫିଲ୍ମ ପ୍ରଡକ୍ସନ ହାଉସ ଖୋଲି କିଛି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାମିଲ ଫିଲ୍ମ ‘କନେକ୍ଟ’ ନୟନତାରାଙ୍କ ଶେଷ ଫିଲ୍ମ ରହିଛି । ତେବେ ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ । ତେବେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିବେ ନୟନତାରା ।