ନାସାକୁ ଘାରିଛି 'ବିକ୍ରମ' ଚିନ୍ତା। ବିକ୍ରମ ଉପରେ ଉଡିବ ନାସା ଅର୍ବିଟର। ସଂଗ୍ରହ କରିବ ତଥ୍ୟ, ଉଠାଇବ ଫଟୋ

Advertisment
ନାସାକୁ ଘାରିଛି 'ବିକ୍ରମ' ଚିନ୍ତା। ବିକ୍ରମ ଉପରେ ଉଡିବ ନାସା ଅର୍ବିଟର। ସଂଗ୍ରହ କରିବ ତଥ୍ୟ, ଉଠାଇବ ଫଟୋ

କନକ ବ୍ୟୁରୋ: ନାସାକୁ ଘାରିଛି ବିକ୍ରମ ଚିନ୍ତା । ବିକ୍ରମ ଉପରେ ଉଡିବ ନାସା ଅର୍ବିଟର । ଭାରତର ଚନ୍ଦ୍ରଯାନ-୨ ଅଭିଯାନର ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ସ୍ଥାପନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସହିତ ହାତ ମିଳାଇଛି । ନାସାର ଅର୍ବିଟର ମଙ୍ଗଳବାର ଦିନ ଚନ୍ଦ୍ର ପୃଷ୍ଠରେ ବିକ୍ରମ ଅବତରଣ କରିଥିବା ଅଂଚଳ ଦେଇ ଉଡିବ ବୋଲି ଜଣାପଡିଛି । ଏହି ଉଡାଣବେଳେ ବିକ୍ରମର ଫଟୋ ଉଠାଇବା ସହ ଅର୍ବିଟର ମାଧ୍ୟମରେ ନାସା କମାଣ୍ଡ ପଠାଇବ  ।

publive-image

ବ୍ରିକମର ସଠିକ୍ ଅବସ୍ଥିତି ସମ୍ପର୍କରେ ଇସ୍ରୋ ତଥ୍ୟ ସଂଗ୍ରହ କରିବା ପରେ ନାସାର ଅର୍ବଟରକୁ ସମ୍ପୃକ୍ତ ଅଂଚଳ ଦେଇ ଉଡାଣ ପାଇଁ ପ୍ରସ୍ତୁତ କରାଯାଇଛି । ବିକ୍ରମଣ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ ପୂର୍ବରୁ ଏହା ସହିତ ଇସ୍ରୋ ନିୟନ୍ତ୍ରଣ କକ୍ଷରେ ସମ୍ପର୍କ ଛିନ୍ନ ହୋଇଥିଲା । ବିକ୍ରମର ଫଟୋ ଏବଂ ଅନ୍ୟ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ହେବ ବୋଲି ନାସା କହିଛି । ଗୁରୁବାର ନାସା ବ୍ରିକମକୁ ହେଲୋ ବାର୍ତ୍ତା ପଠାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe