କନକ ବ୍ୟୁରୋ: ନାସାକୁ ଘାରିଛି ବିକ୍ରମ ଚିନ୍ତା । ବିକ୍ରମ ଉପରେ ଉଡିବ ନାସା ଅର୍ବିଟର । ଭାରତର ଚନ୍ଦ୍ରଯାନ-୨ ଅଭିଯାନର ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ସ୍ଥାପନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସହିତ ହାତ ମିଳାଇଛି । ନାସାର ଅର୍ବିଟର ମଙ୍ଗଳବାର ଦିନ ଚନ୍ଦ୍ର ପୃଷ୍ଠରେ ବିକ୍ରମ ଅବତରଣ କରିଥିବା ଅଂଚଳ ଦେଇ ଉଡିବ ବୋଲି ଜଣାପଡିଛି । ଏହି ଉଡାଣବେଳେ ବିକ୍ରମର ଫଟୋ ଉଠାଇବା ସହ ଅର୍ବିଟର ମାଧ୍ୟମରେ ନାସା କମାଣ୍ଡ ପଠାଇବ ।
ବ୍ରିକମର ସଠିକ୍ ଅବସ୍ଥିତି ସମ୍ପର୍କରେ ଇସ୍ରୋ ତଥ୍ୟ ସଂଗ୍ରହ କରିବା ପରେ ନାସାର ଅର୍ବଟରକୁ ସମ୍ପୃକ୍ତ ଅଂଚଳ ଦେଇ ଉଡାଣ ପାଇଁ ପ୍ରସ୍ତୁତ କରାଯାଇଛି । ବିକ୍ରମଣ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ ପୂର୍ବରୁ ଏହା ସହିତ ଇସ୍ରୋ ନିୟନ୍ତ୍ରଣ କକ୍ଷରେ ସମ୍ପର୍କ ଛିନ୍ନ ହୋଇଥିଲା । ବିକ୍ରମର ଫଟୋ ଏବଂ ଅନ୍ୟ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ହେବ ବୋଲି ନାସା କହିଛି । ଗୁରୁବାର ନାସା ବ୍ରିକମକୁ ହେଲୋ ବାର୍ତ୍ତା ପଠାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/NASA-1.jpg)
/kanak/media/post_attachments/wp-content/uploads/2019/09/India-moon-lander-Vikram-2019091_16d25e47f79_large-300x225.jpg)