କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଯେଉଁଥିରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ କ୍ରିକେଟର ସୌରଭ କୁମାର । ତେବେ ପ୍ରଥମ କରି ତାଙ୍କୁ ଭାରତୀୟ ଦଳରେ ଦେଖିବାକୁ ପାଇବେ ଦର୍ଶକ । ତେଣୁ ଏବେ ଏହି କ୍ରିକେଟର ଜଣକ କିଏ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ତେବେ ସୌରଭ କୁମାର ହେଉଛନ୍ତି ଉତ୍ତପ୍ରଦେଶ ରଣଜୀ ଦଳର ଜଣେ ଷ୍ଟାର ଖେଳାଳି । ସେ ୨୦୧୬ରେ ଟି-୨୦ରେ ଡେବ୍ୟୁ କରିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିଥିଲେ । ତେବେ ୨୦୧୭-୧୮ ରଣଜୀ ଟ୍ରଫିରେ ସେ ଉତ୍ତରପ୍ରଦେଶ ପାଇଁ ସବୁଠୁ ଅଧିକ ୱିକେଟ୍ ନେଇଥିଲେ । ଏହାପରେ ୨୦୧୭ ଆଇପିଏଲରେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସ୍ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ନିଲାମରେ କିଣିଥିଲା । ଏହାପରେ ସେ ଦୁଲୀପ ଟ୍ରଫିରେ ଇଣ୍ଡିଆ ବ୍ଲୁ ପକ୍ଷରୁ ଖେଳିଥିଲେ ।

୨୦୧୮-୧୯ ରଣଜୀ ଟ୍ରଫିରେ ସେ ହରିୟାଣା ବିପକ୍ଷରେ ୧୪ଟି ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ସେହିବର୍ଷ ସେ ଉତ୍ତରପ୍ରଦେଶ ପାଇଁ ଗ୍ରୁପ୍ ଷ୍ଟେଜରେ ସବୁଠୁ ଅଧିକ ୱିକେଟ୍ ନେଇଥିଲେ । ତେବେ ୨୦୨୧ରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ନେଟ୍ ବୋଲର ଭାବେ ଦଳରେ ସାମିଲ ହୋଇଥିଲେ । ଆଉ ଚଳିତ ବର୍ଷ ପଞ୍ଜାବ କିଙ୍ଗସ୍ ତାଙ୍କୁ ଆଇପିଏଲ ନିଲାମରେ କିଣିବା ପରେ ଏବେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଦଳରେ ସାମିଲ କରାଯାଇଛି ।

ନଜର ପକାନ୍ତୁ, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହୋଇଥିଲା ଦଳ –

ରୋହିତ ଶର୍ମା (ଅଧିନାୟକ), ପ୍ରିୟଙ୍କ ପାଞ୍ଚାଲ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟାସ ଆୟାର, ହନୁମା ବିହାରୀ, ଶୁଭମନ୍ ଗିଲ୍, ରିଷଭ ପନ୍ତ, କେ ଏସ୍ ଭରତ, ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଆର ଅଶ୍ୱିନୀ, କୁଲଦୀପ ଯାଦବ, ସୌରଭ କୁମାର, ମହମ୍ମଦ ସିରାଜ, ଉମେଶ ଯାଦବ, ମହମ୍ମଦ ସାମି ଓ ଜଶପ୍ରୀତ ବୁମରା (ଉପ-ଅଧିନାୟକ)