ସୌରଭ ଗାଙ୍ଗୁଲିଙ୍କୁ ବଡ ଦାୟିତ୍ୱ । ଆଇସିସି କ୍ରିକେଟ କମିଟିର ହେଲେ ଅଧ୍ୟକ୍ଷ ।

203

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ । ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ୯ ବର୍ଷ ଧରି ଅନିଲ କୁମ୍ବଲେ ଏହି ଦାୟିତ୍ୱରେ ଥିଲେ । ତିନି ବର୍ଷିଆ ଟର୍ମରେ ତିନି ଥର ଅଧ୍ୟକ୍ଷ ହୋଇଥିଲେ କୁମ୍ବଲେ । ଏହି କମିଟି କ୍ରିକେଟର ପରିସ୍ଥିତି ଓ ନିୟମ ଉପରେ ନଜର ରଖିଥାଏ ।

ଭାରତର ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି । ୧୯୯୬ରେ ସେ ଖେଳିଥିବା ପ୍ରଥମ ଟେଷ୍ଟରେ ସେ ଶତକ ହାସଲ କରି କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଦିନିକିଆରେ ଅଧିନାୟକ ହୋଇଥିଲେ । ଆଉ ଗାଙ୍ଗୁଲି ଅଧିନାୟକତ୍ୱରେ ବିଦେଶରେ ସିରିଜ ଜିତିବା ଶିଖିଥିଲା ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ ଟିମକୁ ଏକ ନୂଆ ଶିଖରରେ ପହଞ୍ଚାଇବାରେ ସଫଳ ହୋଇଥିଲେ ଗାଙ୍ଗୁଲି । ଏପରିକି ୨୦୦୩ ବିଶ୍ୱକପରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ମୁକାବିଲା ଖେଳିଥିଲା ଟିମ୍ ଇଣ୍ଡିଆ । ଏବେ ଗାଙ୍ଗୁଲି ବିଶ୍ୱର ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇ ସଭାପତି ରହିଛନ୍ତି ।