କନକ ବ୍ୟୁରୋ : ଆଜି ହସ୍ପିଟାଲରୁ ଜିଶ୍ଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ । ଗତ ୨ ତାରିଖରେ କୋଲକାତା ବାସଭବନରେ ଥିବା ଜିମରେ ଅଭ୍ୟାସ ବେଳେ ହୃଦଘାତର ଶିକାର ହୋଇଥିଲେ ଗାଙ୍ଗୁଲି । ତାଙ୍କର ଆର୍ଟେରି ବ୍ଲକେଜ ରହିଥିବା ହେତୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଛନ୍ତି ଡାକ୍ତର ।
ଉଡଲ୍ୟାଣ୍ଡସ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି । ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିବେ । ଆଇସିସି ଓ ବିସିସିଆଇ ଭଳି ଶୀର୍ଷ କ୍ରିକେଟ ସଂଗଠନ ଗୁଡିକ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ କରିଥିଲେ । ହସ୍ପିଟାଲ ଯାଇ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ସୌରଭ ଗାଙ୍ଗୁଲିଙ୍କ ସହ କଥାହେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/12-8.jpg)