କନକ ବ୍ୟୁରୋ : ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୈାରଭ ଗାଙ୍ଗୁଲିଙ୍କ ଜବାବ । କ୍ରିକେଟର ବିରାଟ କୋହଲିଙ୍କ ଅବସରକୁ ନେଇ ସୋଏବଙ୍କ ଟିପ୍ପଣୀ ଉପରେ ସୈାରଭ ଗାଙ୍ଗୁଲି ସୋଏବଙ୍କୁ କଡ଼ା ଜବାବ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅଗଷ୍ଟ ୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କର ୧୫ ବର୍ଷ ପୂରଣ ହୋଇଛି । ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ ବିରାଟ କୋହଲିଙ୍କ ଅନ୍ତିମ ବିଶ୍ୱକପ ବୋଲି ଆଶଙ୍କା କରାଯାଇଛି । ଅନ୍ୟପଟେ ଏକଦିବସୀୟ ବ୍ୟତୀତ ଟି-ଟ୍ୱେଂଟିରେ ବିରାଟଙ୍କ ଭବିଷ୍ୟତ ଠିକ ନାହିଁ ବୋଲି ମତ ପ୍ରକାଶ ପାଇଛି । ୨୦୨୨ରେ ହୋଇଥିବା ଟି-୨୦ରେ ହାରିବା ପରେ ବିରାଟ ଏବଂ ରୋହିତ ଭାରତୀୟ ଦଳ ପାଇଁ ଗୋଟିଏ ମଧ୍ୟ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି । ଏକ ବିଶେଷ ସାକ୍ଷାତକାରରେ ସୋଏବ ଅଖତର କହିଛନ୍ତି, କୋହଲି କ୍ୟାରିୟରକୁ ଦୀର୍ଘ ସମୟ କରିବା ପାଇଁ ଟି-୨୦ ଓ ୱାନଡେରୁ ସନ୍ନ୍ୟାସ ନେବା ଭଲ ହେବ । ଏହାର ଜବାବରେ ସୈାରଭ ଗାଙ୍ଗୁଲି କହିଛନ୍ତି , ବିରାଟ ଯେଉଁ ଫରମାଟରେ ଖେଳିବାକୁ ଚାହୁଁଛନ୍ତି ସେ ଖେଳିପାରିବେ କାରଣ ତାଙ୍କ ପ୍ରଦର୍ଶନ ଭଲ ରହିଛି ।

Advertisment