ବିସିସିଆଇର ସଭାପତି ପଦ ପାଇଁ ନାମାଙ୍କନ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା: କହିଲେ, ଏହା ତାଙ୍କ ପାଇଁ ବଡ ସୁଯୋଗ, ପ୍ରଥମ ଶ୍ରେଣୀର କ୍ରିକେଟରଙ୍କୁ ଦେବେ ଗୁରୁତ୍ୱ
ଅପରାହ୍ନ ୩ଟାରେ ଦାଖଲ କରିବେ ପ୍ରାର୍ଥୀପତ୍ର
କନକ ବ୍ୟୁରୋ: ବିସିସିଆଇର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ସୌରଭ ଗାଙ୍ଗୁଲି । କହିଛନ୍ତି, ଭାରତୀୟ ଦଳ ପାଇଁ ଖେଳିବା ସହ ଅଧିନାୟକତ୍ୱ କରିବାକୁ ସୁଯୋଗ ମିଳିଥିଲା । ଏବେ ଏହା ତାଙ୍କ ପାଇଁ ଆଉ ଏକ ବଡ ସୁଯୋଗ । କମ ସମୟ ହୋଇଥିଲେ ମଧ୍ୟ କିଛି ଭଲ କରିବା ପାଇଁ ପଦକ୍ଷେପ ନେବେ । ପ୍ରଥମ ଶ୍ରେଣୀର କ୍ରିକେଟରଙ୍କୁ ଗୁରୁତ୍ୱ ଦେବେ । ଏବଂ ଏହି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଅପରାହ୍ନ ୩ଟାରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତି ସଭାପତି ହେବା ପାଇଁ ରାସ୍ତା ପରିସ୍କାର ହୋଇଥିବା ଜଣାପଡିଛି । ସଭାପତି ପଦ ଦୌଡରେ ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ । ତେବେ ସେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ ରହିପାରନ୍ତି । ସମ୍ପାଦକ ଦାୟିତ୍ୱ ତୁଲାଇବେ ଅମିତ ଶାହାଙ୍କ ପୁଅ ଜୟ ଶାହା । ଅରୁଣ ସିଂହ ଠାକୁର ଟ୍ରେଜରର ରହିବେ । କିଛି ଦିନ ମଧ୍ୟରେ ଏନେଇ ଆନୁଷ୍ଠାନିକ ଘୋଷଣା କରିପାରେ ବିସିସିଆ ।
ଭାରତର ଅନ୍ୟତମ ସଫଳ କ୍ରିକେଟ ଅଧିନାୟକ ଭାବେ ପରିଚିତ ୪୭ବର୍ଷିୟ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ସଂଘର ସଭାପତି ଅଛନ୍ତି । ସେଥିପାଇଁ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ସେ ରହିପାରିବେ । ବିସିସିଆଇର ବର୍ତମାନର ଯାହା ସ୍ଥିତି ରହିଛି ତାକୁ ସୁଧାରିବା ଗାଙ୍ଗୁଲିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।