କନକ ବ୍ୟୁରୋ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିପାରନ୍ତି ସୌରଭ ଗାଙ୍ଗୁଲି । ଏନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି । ରୋଜର ବିନ୍ନି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ । ଏହାସହ ସେ ପୂର୍ବରୁ ବିସିସିଆଇର ସିଲେକସନ୍ କମିଟିର ସଦସ୍ୟ ଥିଲେ । ଏବେ ଜୟ ଶାହା କ୍ରିକେଟ ବୋର୍ଡର ସମ୍ପାଦକ ଥିବା ବେଳେ ସେ ସେହି ପଦରେ ଆଗକୁ କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ ଆକଳନ କରାଯାଉଥିଲା ଯେ, ଗାଙ୍ଗୁଲିଙ୍କ ପରେ ହୁଏତ ଜୟ ଶାହା ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି । ହେଲେ ରୋଜର ବିନ୍ନିଙ୍କ ନାଁ ସାମ୍ନାକୁ ଆସିବା ପରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସିର ଅଧ୍ୟକ୍ଷ ପଦ ପାଇଁ ଭାରତ ପକ୍ଷରୁ ଗାଙ୍ଗୁଲି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ ଓ ୧୨ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଭରିପାରିବେ । ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ସମୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/10-4.jpg)