କନକ ବ୍ୟୁରୋ:  ଶେଷରେ ନିଜ ଟ୍ୱିଟ୍ ନେଇ ମୁହଁ ଖୋଲିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି, ମୁଁ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନାହିଁ । ଗୋଟିଏ ନୂଆ ବିଶ୍ୱବ୍ୟାପୀ ଶିକ୍ଷା ଆପ ଆରମ୍ଭ କରିବାକୁ ଯୋଜନା ରଖୁଛି । ଏହା ଛଡା ଅନ୍ୟ କିଛି କଥା ନାହିଁ ।

Advertisment

ବୁଧବାର ସନ୍ଧ୍ୟାରେ ଟ୍ୱିଟ୍ କରି ସୌରଭ ଲେଖିଛନ୍ତି ମୁଁ ଆଜି କିଛି ଆରମ୍ଭ କରିବା ପାଇଁ ଯୋଜନା ରଖିଛି । ମୋତେ ଏହା ଲାଗୁଛି ଏହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିପାରିବ । ମୋତେ ଆଶା ରହିଛି ମୋର ଏହି ଜୀବନରେ ପ୍ରବେଶରେ ଆପଣ ମୋତେ ସମର୍ଥନ ଜାରିରଖିବେ । ଏହି ଟ୍ୱିଟ ପରେ ସେ ବିସିସିଆଇରୁ ଇସ୍ତପା ଦେଇ ରାଜନୀତିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାକୁ ନେଇ ସମ୍ପାଦକ ଜୟ ଶାହା ସ୍ପଷ୍ଟ କରିଛନ୍ତ କରିଥିଲେ ଯେ ଗାଙ୍ଗୁଲି ବର୍ତ୍ତମାନ ସୁଦ୍ଧା ସଭାପତି ପଦରୁ ଇସ୍ତଫା ଦେଇନାହାନ୍ତି ।