ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନକୁ ନେଇ ନିର୍ମାଣ ହେବ ବାୟୋପିକ୍ ଫିଲ୍ମ । ମୁଖ୍ୟ ଚରିତ୍ରରେ ନଜର ଆସିପାରନ୍ତି ରଣବୀର କପୁର ।

172

କନକ ବ୍ୟୁରୋ: କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଓ ମହମ୍ମଦ ଆଝାରୁଦ୍ଧିନଙ୍କ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ ଜୀବନ ଉପରେ ବାୟୋପିକ୍ ଫିଲ୍ମ ବନିବାକୁ ଯାଉଛି । ଏନେଇ ନିଜେ ସୌରଭ ଗାଙ୍ଗୁଲି ହିଁ ଏକ ଜାତୀୟ ଗଣମାଧ୍ୟମକୁ ଖବର ଦେଇଛନ୍ତି । ସୌରଭ ଏବେ ଭାରତୀୟ କ୍ରିକେଟ ଦଳ ଅଧିନାୟକ ରହିଥିଲେ, ତାଙ୍କ ସମୟରେ ଦଳ ଅନେକ ସଫଳତା ଦୋହରାଇଥିଲା । ଏବେ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଭାପତି ମଧ୍ୟ ଅଛନ୍ତି । ତେଣୁ ତାଙ୍କର ଏହି ସଫଳ କାହାଣୀକୁ ନେଇ ବଲିଉଡ୍ ଫିଲ୍ମ ନିର୍ମାତା ଏକ ଫିଲ୍ମ କରିବାକୁ ଯୋଜନା କରିଥିବା ଖବର ଆସିଛି ।

ତେବେ ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମର କାହାଣୀ ଏବେ ସୁଦ୍ଧା ଲେଖାସରିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା କିଏ ଦେବ ସେନେଇ ଗାଙ୍ଗୁଲି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାଁନ୍ତି । ଅନ୍ୟପଟେ ଏହି ଫିଲ୍ମରେ ଗାଙ୍ଗୁଲିଙ୍କ ଭୂମିକାରେ ବଲିଉଡ୍ ଅଭିନେତା ରଣବୀର କପୁର ନଜର ଆସିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟର ଦାଦା ବୋଲି କୁହାଯାଏ । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଦେଶରେ ଅନେକ ସଫଳତା ହାସଲ କରିଥିଲା । ସୌରଭ ଗାଙ୍ଗୁଲି ଏବେ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ମଧ୍ୟ ରହିଛନ୍ତି । ତେଣୁ ତାଙ୍କ ଜୀବନ ଉପରେ ଆଧାରିତ ହେବାକୁ ଥିବା ଏହି ବାୟୋପିକ୍ ଫିଲ୍ମ ଲୋକଙ୍କୁ ପସନ୍ଦ ଆସିବ ବୋଲି ଚର୍ଚ୍ଚା ହେଉଛି ।