କନକ ବ୍ୟୁରୋ: ଗଣତନ୍ତ୍ରରେ ‘ଯୋ ଜିତା ବୋ ସିକନ୍ଦର’ । ଏଭଳି ଏକ ବୟାନ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ର ବୋଲି ଆମେ ଗର୍ବ ଅନୁଭବ କରୁଛୁ, କିନ୍ତୁ ବର୍ତମାନ ସ୍ଥିତିରେ ଗଣତନ୍ତ୍ରମାନେ ଯୋ ଜିତା ବୋ ସିକନ୍ଦର । ଯିଏ ସଂଖ୍ୟା ଖେଳରେ ଜିତିଲା ସେ ରାଜା ହେଲା । ସମାନ ନାଗରିକ ସଂହିତା ଉପରେ ଆଲୋଚନା କରିବା ପାଇଁ ଆଉ କାହାର ଆଗ୍ରହ ନାହିଁ । ନାଗରିକ ସମାଜ ମରି ମରି ଗଲାଣି ବୋଲି ଯେଉଁମାନେ କହୁଛନ୍ତି, ଆଜିର ସଭା ସେମାନଙ୍କ ପାଇଁ ଠିକ୍ ଉତ୍ତର । ସମାନ ନାଗରିକ ସଂହିତା ଏକ ଆଧୁନିକ ରାଷ୍ଟ୍ରର ପରିଚୟ । ସମ୍ବିଧାନ ତିଆରି ହେଲା ବେଳେ ଯାହା ରାଜନୈତିକ ସ୍ଥିତି ଥିଲା, ଏଭଳି ସ୍ପର୍ଶକାତର ବିଷୟକୁ ବିଧି ବ୍ୟବସ୍ଥାରେ ସାମିଲ୍ କରାଯାଇ ପାରିଲା ନାହିଁ । ସାମ୍ବିଧାନିକ ବ୍ୟବସ୍ଥା କେବଳ ଲିଖିତ ନିୟମ କାନୁନରେ ଚାଲେ ନାହିଁ । ସହମତିରେ ଉଭୟ ପକ୍ଷର ସହଭାଗିତା ନିହାତି ଦରକାର ବୋଲି କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।