ବିଭିନ୍ନ ଦେଶରେ କଟକଣା କୋହଳ ହେଉଥିବାରୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଲେ, କମିନାହିଁ କରୋନା, ଗୋଟିଏ ଦିନରେ ବିଶ୍ୱରେ ୫ ଲକ୍ଷ ନୂଆ ମାମଲା ।

199
  • କମିନାହିଁ ମହାମାରୀ
  • ଡବ୍ଲୁଏଚ୍ଓ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ
  • ୨୪ ଘଣ୍ଟାରେ ବିଶ୍ୱରେ ୫ ଲକ୍ଷ ନୂଆ ମାମଲା
  • ୯,୩୦୦ ଜଣଙ୍କ ଜୀବନ ନେଇଛି କରୋନା

ଗତ ୨୪ ଘଣ୍ଟାର ସୂଚନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ସତର୍କ କରାଇଛନ୍ତି । ସେ କହିଛନ୍ତି, ବିଶ୍ୱର ଅନେକ ଅଞ୍ଚଳରେ ଡେଲ୍ଟା ଭାଇରସ୍ ଯୋଗୁଁ ସଂକ୍ରମଣ ବଢିଚାଲିଛି । ତେବେ ନଜର ପକାନ୍ତୁ ସ୍ୱାମୀନାଥନଙ୍କ ବିଶ୍ଲେଷଣ ଉପରେ ।

  • କିଛି ଦେଶରେ ଟିକାକରଣ ଯୋଗୁଁ କମ୍ ରୋଗୀ ହସ୍ପିଟାଲ ଯାଉଛନ୍ତି
  • ବିଶ୍ୱର ବୃହତ୍ତର ଭାଗରେ ଟିକାକରଣ ନୈରାଶ୍ୟଜନକ
  • ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୬ ଅଂଚଳ ମଧ୍ୟରୁ ୫ଟିରେ ସ୍ଥିତି ସଂଗୀନ
  • ଅକ୍ସିଜେନ୍ ଅଭାବ, ହସ୍ପିଟାଲ ବେଡ୍ ଅଭାବ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି
  • ଆଫ୍ରିକାରେ ୪୦ ପ୍ରତିଶତ ଅଧିକ ମୃତ୍ୟୁ ହେଉଛି
  • ଡେଲ୍ଟା ଭୂତାଣୁ ଯୋଗୁଁ ଦୃତ ସଂକ୍ରମଣ ହେଉଛି
  • କଟକଣା କୋହଳ ହେବାରୁ ସଂକ୍ରମଣ ବଢୁଛି

କରୋନା ମହାମାରୀକୁ ନେଇ ଡକ୍ଟର ସୌମ୍ୟା ସ୍ୱାମିନାଥନ୍ ସତର୍କବାଣୀ ଶୁଣାଇ ଥିବା ବେଳେ ମହାରାଷ୍ଟ୍ର ଓ କେରଳରେ କରୋନା ସ୍ଥିତିି ଚିନ୍ତା ବଢ଼ାଉଛି । କିଛି ଦିନ ଧରି ସଂକ୍ରମଣ କମୁଥିବା ବେଳେ ଏବେ ଏହି ଦୁଇ ରାଜ୍ୟରେ ସ୍ଥିତି ବିଗିବାରେ ଲାଗିଛି । ଶୀର୍ଷରେ ପହଁଚିବା ପରେ ପ୍ରଥମ ଲହରରେ ଯେପରି ଦୃତ ଗତିରେ ସଂକ୍ରମଣ ହ୍ରାସ ପାଇଥିଲା, ଦ୍ୱିତୀୟ ଲହରରେ ସେପରି ପରିଲଖିତ ହେଉନାହିଁ ।

ମହାମାରୀ କମିନଥିବାରୁ ବିଭିନ୍ନ ଦେଶରେ କଟକଣା କୋହଳ ହେଉଥିବାରୁ ଚିନ୍ତାବ୍ୟକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜୁଲାଇ ୧୯ ତାରିଖରୁ ଇଂଲଣ୍ଡରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବନାହିଁ । ଆମେରିକା ମଧ୍ୟ ଅନେକ କଟକଣାକୁ କୋହଳ କରିଦେଇଛି । ତେବେ ଏହି ଦେଶଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ ।