କନକ ବ୍ୟୁରୋ: ଖଣ୍ଡପଡାରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟୀ । ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବଡ ବ୍ୟବଧାନରେ ମାତ୍ ଦେଲେ ସୌମ୍ୟରଞ୍ଜନ । ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିପୁଳ ଭୋଟ୍ ବ୍ୟବଧାନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ଲକ୍ଷେରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।
ଗତବର୍ଷ ମାର୍ଚ୍ଚ ୭ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବଂ ତା’ପରେ ପରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ସେ ମଧ୍ୟ ଦଳୀୟ ନିର୍ବାଚନ ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଥିଲେ। ପୂର୍ବରୁ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ମଣ୍ଡଳୀରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ।
୭୨ ବର୍ଷ ବୟସ୍କ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ଶିକ୍ଷା ହାସଲ କରିବା ପରେ ଅଧ୍ୟାପନା ଛାଡ଼ି ୧୯୮୪ ମସିହାରେ ‘ସମ୍ବାଦ’ ପ୍ରତିଷ୍ଠା କରିଥିଲେ। ‘ସମ୍ବାଦ’ର ବିଭିନ୍ନ ଅନୁଷ୍ଠାନ ସାଙ୍ଗକୁ ‘ଆମ ଓଡ଼ିଶା’ ନାମରେ ଏକ ସମାଜସେବା ସଂସ୍ଥା ଗଢ଼ିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ଓଡ଼ିଆ ଭାଷା ସୁରକ୍ଷା ଓ ରକ୍ତଦାନ ଆନ୍ଦୋଳନ ଚାଲୁ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/SOUMYARANJAN.jpg)
/kanak/media/post_attachments/wp-content/uploads/2019/05/SOUMYARANJAN-PATTNAYAK-1-300x169.jpg)
/kanak/media/post_attachments/wp-content/uploads/2019/02/Somya-sir-0-300x223.png)