ସବୁ ଜାଣି ଖାଲି ହଁ ମାରିବା କର୍ମୀ ମୁଁ ନୁହେଁ, ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ : ସୌମ୍ୟରଞ୍ଜନ ପଟ୍ଟନାୟକ

Advertisment
ସବୁ ଜାଣି ଖାଲି ହଁ ମାରିବା କର୍ମୀ ମୁଁ ନୁହେଁ, ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ : ସୌମ୍ୟରଞ୍ଜନ ପଟ୍ଟନାୟକ

କନକ ବ୍ୟୁରୋ : ସମ୍ପାଦକୀୟ ଲେଖିବାକୁ ଯଦି ଇଚ୍ଛା ତେବେ ଦଳ ଛାଡିଦିଅନ୍ତୁ ବୋଲି ପ୍ରତାପ ଦେବ କହିବା ପରେ ଏହାର ଜବାବ ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ କହିଛନ୍ତି, ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି ଯେ, ମୁଁ ଦଳରେ ରହିବି କି ସମ୍ପାଦକ ରହିବି । ସେ ରାଜା ଘର ଲୋକ ସେ ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି । ତାଙ୍କ ଅସହାୟବୋଧତା ଦେଖି ମୁଁ ଦୁଃଖିତ । ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ ଯେ, ତାଙ୍କୁ ଓଡ଼ିଶାବାସୀ ସମର୍ଥନ କରୁଛନ୍ତି । ଗୋଟିଏ କଥା ମୋର ସୂଚାଇବାରେ କଣ ଭୁଲ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣୀୟତା ଥିଲା ତାହା କାହିଁକି କମୁଛି? ଏହା କାହିଁକି ହେଉଛି ତାହାର ତର୍ଜମା ହେଉଛି କି? ବିପଦ ଆସୁଥିବା ଦେଖି ଏହାକୁ ପ୍ରତିହତ କରିବାକୁ କହି ଦଳ ବିରୋଧରେ ଗଲି ନା ଦଳର କଲ୍ୟାଣ କଲି? ଦୋଷ ଦୁର୍ବଳତା ସୂଚାଇଦେବା କଣ ଦଳବିରୋଧୀ କାର୍ଯ୍ୟ କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।

ଯଦି ସବୁ ଜାଣିବା ପରେ ବି ଖାଲି ହଁ ମାରିବା ଶୃଙ୍ଖଳିତ କାମ ତେବେ ମୁଁ କେବଳ ହଁ ମାରିବା କର୍ମୀ ନୁହେଁ ବୋଲି କହିଛନ୍ତି ସୌମ୍ୟ । ମୁଁ କୌଣସି ଦଳ ବିରୋଧରେ କେବେ ଯାଇନି । ଯେତେଦିନ ପର୍ଯ୍ୟନ୍ତ ଯେଉଁ ଦଳରେ ଥାଏ ସେହି ଦଳର କିଭଳି କଲ୍ୟାଣ ହେବ ଓ ଗ୍ରହଣୀୟତା ବଢିବ, ଜନସମର୍ଥନ ବଢିବ ଓ ଶାସନରେ ଶୃଙ୍ଖଳା ଆସିବ ସେନେଇ ମୁଁ କହିଥାଏ । ତାହାକୁ କିଏ ଗ୍ରହଣ କରୁ ବା ନକରୁ, ଅନ୍ତତଃପକ୍ଷେ ମୋ ବିବେକ ଶାନ୍ତି ଦେଉଛି ଯେ ଦଳର ସମସ୍ୟା ବାବଦରେ ମୁଁ ଉଲ୍ଲେଖ କରିଛି । ତାହାକୁ କିଏ ମାନିବ ଓ ନ ମାନିବ ତାହା ସେମାନଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ସୌମ୍ୟରଞ୍ଜନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe