କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କୁ କହିଲେ, ବିଜେଡିକୁ ବାଧୁଛି କାହିଁକି ? ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ । ସଚିବଙ୍କ ବିରୋଧରେ ଲେଖିଲେ, ଦଳୀୟ ପଦବୀ ଗଲା କାହିଁକି ? ଦଳର ଭଲ ପାଇଁ କହୁଥିବା ଓ ଲେଖୁଥିବା କହିଥିଲେ ସୌମ୍ୟ । ସଚିବ ବଡ଼ ନା ନେତା ବଡ଼ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟରଞ୍ଜନ । ଉପ-ସଭାପତି ପଦରୁ ହଟାଇ କି ବାର୍ତ୍ତା ଦେଲା ବିଜେଡି ?

Advertisment

ପଦରୁ ହଟାଯାଇଥିବା ନେଇ ଚିଠିରେ ଧାଡ଼ିକିଆ ସୂଚନା । କାହିଁକି ପଦରୁ ହଟାଗଲା, ଚିଠିରେ ଉଲ୍ଲେଖ ନାହିଁ କାହିଁକି ? କାର୍ଯ୍ୟାନୁଷ୍ଠାନ ପୂର୍ବରୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ ? ମନ୍ତ୍ରୀ, ବିଧାୟକଙ୍କୁ ଲଗାଇ ଟାର୍ଗେଟ କରିବା ପରେ ପଦରୁ ହଟାଇଲେ । କାହା ଇସାରାରେ ସୌମ୍ୟଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ । ଦଳ ବିରୋଧୀ କୌଣସି ମନ୍ତବ୍ୟ ଦେଇଛନ୍ତି କି ସୌମ୍ୟରଞ୍ଜନ ?  ସଚିବଙ୍କ ବିରୋଧରେ କହିବାରୁ କାହିଁକି ହରାଇଲେ ଦଳୀୟ ପଦ ?