କନକ ବ୍ୟୁରୋ : ସମ୍ବାଦ ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଇଟାଲିର ସମ୍ମାନଜନକ ବିଶ୍ୱାମିତ୍ର ଆନ୍ତର୍ଜାତିକ ପୁରସ୍କାର ପାଇବେ । ଆସନ୍ତା ୩୦ ତାରିଖ ଦିନ ଇଟାଲିର ସିରାକୁସା ଠାରେ ଆୟୋଜିତ ଭବ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱର ମୋଟ୍ ୯ ଜଣ ବ୍ୟକ୍ତି ସମ୍ମାନୀତ ହେବେ । ଏହି ଖ୍ୟାତିସଂପନ୍ନ ପୁରସ୍କାର ପାଇବାରେ ସୌମ୍ୟରଂଜନ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ ଭାରତୀୟ । ଇଟାଲିର ଯୋଗବିଦ୍ୟା ଅନଲସ୍ ନାମକ ଏକ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

Advertisment

ଚଳିତ ବର୍ଷ ୧୪ଟି କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ଏକ ଜୁରୀ କମିଟି ମାଧ୍ୟମରେ ମନୋନୀତ କରାଯାଇଥିଲା । ଲୋକସ୍ୱରର ସଶକ୍ତିକରଣ, ଔଷଧ, ବୈକଳ୍ପିକ ଔଷଧ, କର୍ପୋରେଟ୍ ଏଚଆର, ମହିଳା ଉଦ୍ୟୋଗପତି, ଷ୍ଟର୍ଟ ଅପ୍ କମ୍ପାନୀ, ଆଇନ, ଆଦେଶର ସାମର୍ଥ୍ୟ, ଆର୍କିଟେକଚର, ଇଂଜିନିୟରିଂ ପରି ୧୪ଟି କ୍ଷେତ୍ରରେ ଏଥର ଇଟାଲିର ଏହି ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଉଛି । ୯ ଜଣିଆ ଜୁରୀ କମିଟି ଲୋକଙ୍କ ସ୍ୱରକୁ ସଶକ୍ତିକରଣ ବିଭାଗରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଚୟନ କରିଛନ୍ତି । ଏ ସଂପର୍କରେ ସଂସ୍ଥା ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।