ଭାପୁରରେ ଖଣ୍ଡପଡା ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଚାର । ଫତେଗଡରୁ ରୋଡ ସୋ’ କରି ୧୨ଟି ପଂଚାୟତରେ ନିଜ ସପକ୍ଷରେ ମାଗିଲେ ଭୋଟ୍

କହିଲେ, ଏକ ପାଖିଆ ହେବ ନିର୍ବାଚନ, ବହୁ ପଛରେ ରହିବେ ବିରୋଧୀ; ବିଜୟ ଆଣିଦେବେ ଖଣ୍ଡପଡା ବାସୀ

158

କନକ ବ୍ୟୁରୋ: ଭାପୁରରେ ଖଣ୍ଡପଡା ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଫତେଗଡରୁ ରୋଡ ସୋ ଆରମ୍ଭ କରି ୨୨ଟି ପଂଚାୟତରେ ନିଜ ସପକ୍ଷରେ ଭୋଟ୍ ମାଗିଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ । ୧୯ ଓ ୨୦ ନମ୍ବର ଜିଲା ପରିଷଦ ଜୋନର ୧୨ଟି ପଂଚାୟତରେ ପ୍ରଚାର କରିଛନ୍ତି । ଶହ ଶହ ସମର୍ଥକଙ୍କ ବିରାଟ ବାଇକ୍ ରାଲିରେ ବାହାରିଥିଲେ ସୌମ୍ୟ ରଂଜନ । ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ମାଗିବା ସହ କହିଛନ୍ତି ଖଣ୍ଡପଡାରେ ଏଥର ଏକ ପାଖିଆ ନିର୍ବାଚନ ହେବ । ବହୁ ପଛରେ ରହିବେ ବିରୋଧୀ, ଆଉ ବିଜୟ ଆଣିଦେବେ ଖଣ୍ଡପଡା ବାସୀ ।

ସେପଟେ ସୁନ୍ଦରଗଡରେ ବି ଜମୁଛି ପ୍ରଚାର । ସୁନ୍ଦରଗଡ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ଏବଂ ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ରୋଡ ସୋ କରି ପ୍ରାଚାର କରୁଛନ୍ତି । କିଛି ନେତା ଓ ସମର୍ଥକ ମାନେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ଡୋର ଟୁ ଡୋର ଯାଇ କ୍ୟାମ୍ପେନିଂ କରୁଛନ୍ତି ।

ସେହିପରି ଝାରସୁଗୁଡାରେ ବଲିଉଡର ଚର୍ଚ୍ଚିତ ଯୋଡି ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀ । ନିର୍ବାଚନୀ କ୍ୟାମ୍ପେନରେ ନଜର ଆସିଛନ୍ତି ବଳିଉଡର ଏହି ଦୁଇ ଷ୍ଟାର । ଝାରସୁୁଗୁଡା ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପାଇଁ ଦୁହେଁ ପ୍ରଚାର କରିଛନ୍ତି । ଦୁଇ ଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଆସି ଏହି ଦୁଇ ବଲିଉଡ କଳାକାର ଶୁକ୍ରବାର ନବଙ୍କ ନିର୍ବାଚନ ସଭା ଓ ରୋଡ ସୋରେ ସାମିଲ ହୋଇଥିଲେ । ଏମାନଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା ।

ସବୁଠୁ ବଡ କଥା ହେଉଛି ଅଭିନେତ୍ରୀ ମହିମା ଚୌଧୁରୀ ଓଡିଆରେ ଲୋକଙ୍କୁ ଜୁହାର କହିବା ସହ ଗୀତ ଗାଇଥିଲେ । ଉଭୟ ସୁନୀଲ ଓ ମହିମା ସେମାନଙ୍କ ଭାଷଣରେ ନବ ଦାଦା ବୋଲି ସମ୍ବୋଧନ କରିଥିଲେ । ଆଗାମୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଝାରସୁଗୁଡା ପାଇଁ ଭୋଟ ପଡିବ । ଏହି ଦିନ ଇଭିଏମ୍ରେ ଶଂଖ ଚିହ୍ନରେ ବଟମ ଚିପି ନବ ଦାସଙ୍କୁ ଜିତେଇବାକୁ ଦୁଇ ବଲିଉଡ କଳାକାର ଅପିଲ କରିଛନ୍ତି ।