ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ, ଅଗ୍ନିଶମ ଡିଜି ହେଲେ ଏମ୍ ଅକ୍ଷୟ ।

330

କନକ ବ୍ୟୁରୋ: ୧୯୯୫ ମସିହାର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ବର୍ତ୍ତମାନର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀକୁ ବଦଳି କରି ତାଙ୍କ ବଦଳରେ ଆଇପିଏସ୍ ଅଫିସର ସୌମେନ୍ଦ୍ରଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କମିଶନର ଦାୟିତ୍ୱ ଦିଆଯାଇଛି । ଏଥିସହ ବର୍ତ୍ତମାନ ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ୧୯୮୮ ମସିହା ବ୍ୟାଚର ଆଇପିଏସ୍ ଅଫିସର ଏମ ଅକ୍ଷୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ସୂଚନା ଦିଆଯାଇଛି ।