ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଯାତ୍ରାରେ ସାମିଲ ହେବେ କୋଭିଡ-ଟେଷ୍ଟରେ ନେଗେଟିଭ ଥିବା ସେବାୟତ । ଆଜି ରାତି ୧୦ଟାରୁ ଜାରି ହେବ କର୍ଫ୍ୟୁ

ବଡଦାଣ୍ଡ ଉଭୟପାଶ୍ୱର୍ରେ ଥିବା ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

199

କନକ ବ୍ୟୁରୋ: ଫେରିବେ ଜଗାବଳିଆ । ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ନୀତି ଚାଲିଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ହେଉଛି । ସବୁ ସେବାୟତ ଓ ସୁରକ୍ଷା ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଛି । ବାହୁଡା ଯାତ୍ରା ପାଇଁ ଆଜି ରାତି ୧୦ଟାରୁ ପୁରୀରେ କର୍ଫ୍ୟୁ ଲାଗୁ କରାଯିବ ।

ଅତିରିକ୍ତ ପୁଲିସ ଡିଜି କହିଛନ୍ତି, ଏଥର ବାହୁଡା ଯାତ୍ରାଙ୍କୁ ଶୃଙ୍ଖଳିତ କରାଯିବ । ରଥର ସୁରକ୍ଷା ଦୃଷ୍ଟିରୁ ଏକ ଆଉଟର କର୍ଡନ କହିବ । କର୍ଫ୍ୟୁ ଓ ସଟଡାଉନ ନିୟମ ବଳବତ୍ତର ରହିବ । ବଡଦାଣ୍ଡ ଦୁଇକଡରେ ଥିବା କୋଠା ବାହାରକୁ କେହି ନ ବାହାରିବାକୁ ଏଡିଜି ଅପିଲ କରିଛନ୍ତି । ଏଥର ବାହୁଡାଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଲି ସବୁନୀତିକାନ୍ତି ପରେ ଅପରାହ୍ନ ୧୨ଟାରୁ ରଥଟଣା ପାଇଁ ସମୟ ନିର୍ଘଂଟ କରାଯାଇଛି ।