କନକ ବ୍ୟୁରୋ: ସତକୁ ହଜମ କରିପାରିଲାନି ବିଜେଡି । ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି ।
#ବିଜେଡି_ଉପ_ସଭାପତି_ପଦରୁ_ହଟିଲେ_ସୌମ୍ୟ
ବିଜେଡି ଉପ ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ । ମୁଖ୍ୟମନ୍ତ୍ରୀ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା । ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନ । @SoumyaSambad@bjd_odisha@Naveen_Odishapic.twitter.com/JRtbPEbdsF— Kanak News (@kanak_news) September 12, 2023
ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ୫ଟି କୁ ନେଇ ସମ୍ବାଦ ଖବରକାଗଜରେ ସମ୍ପାଦକୀୟ ଲେଖିଥିଲେ ସୌମ୍ୟ ପଟ୍ଟନାୟକ । ଆମ ଘରର ହାଲଚାଲରେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହା ପରେ ତାଙ୍କୁ ଆଜି ବିଜେଡି ଉପ-ସଭାପତି ପଦରୁ ହଟାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/26-9.jpg)