କନକ ବ୍ୟୁରୋ: ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ନୂଆ ମୋଡ । ନ୍ୟାୟ ନପାଇବାରୁ ସୌଦାମିନୀଙ୍କ ମା’ ସୁଜ୍ଞାନୀ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସୌଦାମିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତର ଆର.ଏନ ମିଶ୍ରଙ୍କୁ ଆକ୍ରମଣ କରିଛନ୍ତି । ସୌଦାମିନୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଭୁଲ ଦେଇଥିବା ଅଭିଯୋଗ ଆଣି ସୁଜ୍ଞାନୀ ଆକ୍ରମଣ କରିଥିବା ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଛନ୍ତି । ଏ ସଂପର୍କରେ ଥାନାରେ ଏତଲା ଦିଆଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।
ସୂଚନା ଅନୁସାରେ, ୨୦୨୩ ମସିହା ଫେବ୍ରୁଆରୀ ୨୨ ତାରିଖରେ ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତଦେହ ହଷ୍ଟେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍କୁଲ କର୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପାରଳାଖେମୁଣ୍ଡି ପୁଲିସ୍ କରିଥିଲା । କିନ୍ତୁ ତଦନ୍ତକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିବା ପରେ ମାମଲାର ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି । ହେଲେ ଏଯାଏଁ କୌଣସି ନିସ୍କର୍ଷରେ ତଦନ୍ତକାରୀ ସଂସ୍ଥା ପହଞ୍ଚି ପାରିନାହିଁ । ସେପଟେ ସୌଦାମିନୀଙ୍କ ମା’ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମାନବାଧିକାର ଆୟୋଗଙ୍କ ଯାଏଁ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଅନୁରୋଧ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/01/vlcsnap-2024-01-30-16h46m58s313.jpg)