କନକ ବ୍ୟୁରୋ: ସଂଖ୍ୟା ସହ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି । ଆଜି ରାଜ୍ୟରେ ଏକାବେଳକେ ୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୃତ୍ୟୁ ହେବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Sorry to inform that a 70 year male of Khordha district, having history of comorbidity of hypertension, was admitted in AIIMS Emergency yesterday with respiratory distress and passed away the same day.
He has tested positive for COVID-19.
— H & FW Dept Odisha (@HFWOdisha) May 20, 2020
ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଖୋର୍ଦ୍ଧା ଜିଲ୍ଲାର ଏବଂ ସେ ଜଣେ ୭୦ ବର୍ଷୀୟ ଯୁବକ । ସେ ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁଁ ଏମ୍ସରେ ଚିକିତ୍ସା ହେଉଥିବା ବେଳେ କରୋନା ଭୁତାଣୁ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ପୂର୍ବରୁ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ତେବେ ଗଂଜାମରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ଜଣେ ଏବଂ ଖୋର୍ଧାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଆଜି ଖୋର୍ଧା ଜିଲ୍ଲାରୁ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ଏବଂ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି ।