କନକ ବ୍ୟୁରୋ : ଗଣେଶ ଭସାଣି ଉତ୍ସବ ବେଳେ ବାଲେଶ୍ୱର ସୋରରେ ଗୋଷ୍ଠୀ ସଂଘର୍ଷ । ଗଣ୍ଡଗୋଳ, ପଥରମାଡ, ବୋତଲ ମାଡରେ ୫ଜଣ ଆହାତ ହୋଇଛନ୍ତି । ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ଗଣେଷ ଭସାଣି ପାଇଁ ଗୋଟିଏ ଗୋଷ୍ଠୀ ଶୋଭାଯାତ୍ରାରେ ନିକଟସ୍ଥ ଗୋସେଇଁ ପୋଖରୀକୁ ଯାଉଥିବା ବେଳେ ପଠାଣ ମହଲାଠାରେ ଅନ୍ୟ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବୋତଲ ଏବଂ ପଥରମାଡରେ ହୋଇଥିଲା । ଏବେ ବି ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-10-09h04m25s464.png)