କନକ ବ୍ୟୁରୋ : ପ୍ରେମ ପାଇଁ ଗଲା ଜୀବନ । ଉପହାର ଗ୍ରହଣ ନକରିବା ଓ କଥାବାର୍ତ୍ତା ନହେବାରୁ ବିଷ ପିଇ ଜୀବନ ହାରିଲେ ଜଣେ ଯୁବକ । ହେଲେ ସବୁଠୁ ବଡ଼ କଥା ହେଉଛି ଯୁବକ ଜଣକ ମୋବାଇଲରେ ବିଷ ପିଇବାର ଭିଡିଓ ରେକର୍ଡିଂ କରି ତାଙ୍କ ପ୍ରେମିକା ପାଖକୁ ପଠାଇଛନ୍ତି । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ନହଙ୍ଗ ଗାଁରେ ।
ମହାଳିକ ସାହିର ଗୟାଧର ମହାଳିକଙ୍କ ଏକମାତ୍ର ପୁଅ କମଳାକାନ୍ତ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ । କିଛି ଦିନ ତଳେ ସେ ଗାଁକୁ ଆସିଥିଲେ । ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିବା ବେଳେ ତାଙ୍କୁ ମୋବାଇଲ୍ ଉପହାର ଦେବାକୁ ଯାଇଥିଲେ । ହେଲେ ଯୁବତୀ ଜଣଙ୍କ ତାକୁ ଗ୍ରହଣ କରିନଥିଲେ । ଏପରିକି ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । ଏହାକୁ ନେଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ବିଷ ପିଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/ujmu7jmh.jpg)