ଟିକା ନେବାକୁ ଲୋକଙ୍କ ଭିତରେ ବଢ଼ୁଛି ଆଗ୍ରହ : ୧୦ ଘଂଟା ପୂର୍ବରୁ ସୋରରେ ଲାଇନ ଲଗାଇଲେ ଲୋକେ

ଟିକା ନେବାକୁ ଲୋକଙ୍କ ଭିତରେ ବଢ଼ୁଛି ଆଗ୍ରହ : ୧୦ ଘଂଟା ପୂର୍ବରୁ ସୋରରେ ଲାଇନ ଲଗାଇଲେ ଲୋକେ

କନକ ବ୍ୟୁରୋ : ଟିକା ନେବାକୁ ପ୍ରାୟ ୧୦ଘଂଟା ପୂର୍ବରୁ ଲାଇନ୍ ଲଗାଇଲେ ଲୋକେ । ଗତ ରାତିରୁ ସୋରରେ ଲାଇନ ଲଗାଇଛନ୍ତି ଲୋକେ । ଆଜି ନେବେ ଟିକା । ସୋର ଏନଏସିର ବାପୁ ନୋଡାଲ ଟିକାକରଣ କେନ୍ଦ୍ରରୁ ଆସିଛି ଏଭଳି ଦୃଶ୍ୟ । ଟିକାକରଣ କେନ୍ଦ୍ରରେ ସ୍ପଷ୍ଟ ବୁକିଂ ହେଉଥିବାରୁ ଲୋକମାନେ ଏମିତି ଲାଇନ୍ ଲଗାଇଛନ୍ତି ।

ଟିକା ପାଇଁ ସକାଳ ୫ଟାରୁ ଟୋକନ ଦିଆଯିବ ବୋଲି କର୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ବାରମ୍ବାର ଆସି ଫେରିବାକୁ ପଡୁଥିବାରୁ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଯୁବକମାନେ ଲାଇନ୍ ଲଗାଇଛନ୍ତି । ଏପରିକି କେହି କେହି ସନ୍ଧ୍ୟା ୬ଟାରୁ ଆସି ଧାଡି ଲାଗିଛନ୍ତି । ଟିକା ଅଭାବ ଯୋଗୁଁ କାଳେ ଟିକା ନମିଳିବ ସେହି ଭୟରେ ଲୋକମାନେ ଏମିତି ଧାଡି ଲଗାଉଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe