ଅଟୋରେ କଏଦୀଙ୍କୁ ଛାଡି ମାଛ କିଣାରେ ମାତିଲେ ଜେଲ୍ ୱାଡେନ । ପୋଲିସର ଖାମଖିଆଲ ନୀତିକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା

ସୋର ଉପକାରାଗାରରୁ ୨ ଜଣ କଏଦୀକୁ ହସ୍ପିଟାଲ ନେଇଥିଲେ । ଫେରିବା ସମୟରେ ମାଛ କିଣାରେ ବ୍ୟସ୍ତ ୱାଡେନ

262

କନକ ବ୍ୟୁରୋ: ଅଟୋରେ କଏଦୀଙ୍କୁ ଛାଡି ମାଛ କିଣାରେ ମାତିଲେ ଜେଲ ୱାଡେନ । ଏପରି ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରୁ । ସୂଚନା ଅନୁସାରେ ସୋର ଉପକାରାଗାରରୁ ଦୁଇ ଜଣ କଏଦୀଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଟୋରେ ନେଇ ଆସୁଥିଲେ ଦୁଇ ଜଣ ଜେଲ ୱାଡେନ ଏବଂ ଜଣେ ଫାର୍ମାସିଷ୍ଟ । ଡାକ୍ତରଖାନାରେ ଚିକିତ୍ସା କରି ସାରି ଫେରିବା ସମୟରେ ବାଟରେ ଅଟୋରେ କଏଦୀଙ୍କୁ ଛାଡି ଘର ପାଇଁ ମାଛ କିଣିବାକୁ ଚାଲିଗଲେ ୱାଡେନ ବାବୁ ।

ତେବେ ଏହି ସମୟରେ କ୍ୟାମେରା ଦେଖି ଫେରି ଆସିଥିଲେ । ଅଟୋରେ କଏଦୀଙ୍କୁ ଏକୁଟିଆ ଛାଡି ଦେଇ କିପରି ମାଛ କିଣିବାକୁ ଆସିଥିଲେ ୱାଡେନଙ୍କୁ ପ୍ରଶ୍ନ କରିବାରୁ , କଏଦୀଙ୍କୁ ଅଟୋରେ ନେଇ ଦ୍ରୁତ ବେଗରେ ଚାଲି ଯାଇଥିଲେ ୱାଡେନ ବାବୁ । ତେବେ ଘଟଣା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜେଲର ।