ମୃତ୍ୟୁ ଆସେ ଏମିତି । ଡକାଡକି ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ : କରୋନାରେ ଆକ୍ରାନ୍ତ ହୋଇଥିଲେ ପତ୍ନୀ, ସ୍ୱାମୀ ଥିଲେ ମଧୁମେହ ପୀଡିତ

590

କନକ ବ୍ୟୁରୋ : ମୃତ୍ୟୁ ଆସେ ଏମିତି । ଡକାଡକି ହୋଇ ଚାଲିଗଲେ ସ୍ୱାମୀ ସ୍ତ୍ରୀ । କରୋନାରେ ପ୍ରଥମେ ଚିକିତ୍ସାଧୀନ ଅବସ୍ଥାରେ ଗଲା କୋରନା ସଂକ୍ରମିତ ପତ୍ନୀଙ୍କ ଗଲା ଜୀବନ । ଏହି ଖବର ପାଇବାର କିଛି ଘଂଟା ପରେ ମଧୁମେହ ଯୋଗୁଁ ଅସୁସ୍ଥ ଥିବା ସ୍ୱାମୀ ବି ଚାଲିଗଲେ ଆରପାରିକୁ । କଟକର ଏକ ଘରୋଇ ନର୍ସିଂହୋମରେ ପ୍ରଥମେ ପତ୍ନୀଙ୍କ ଦେହାନ୍ତ ଘଟିଲା । ଏହା ପରେ ଏମ୍ସରେ ଚିକିତ୍ସିତ ହେଉଥିବା ସ୍ୱାମୀଙ୍କ ପରଲୋକ ଘଟିଲା । କରୋନା କାଳରେ ଏପରି ଏକ ଘଟଣାକୁ ନେଇ ସୋର ଅଂଚଳରେ ଚର୍ଚା ।

ଲୋକ କହୁଛନ୍ତି ସ୍ୱାମୀ ସ୍ତ୍ରୀ ଆଗ ପଛ ଡକାଡକି ହୋଇ ଚାଲିଗଲେ ଆରପାରିକୁ । ବାଲେଶ୍ୱର ସୋର ଅଂଚଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ପରିବାରରେ ଘଟିଛି ଏପରି ଘଟଣା । ଗତକାଲି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କର ପତ୍ନୀଙ୍କର କରୋନା ସଂକ୍ରମିତ ଅବସ୍ଥାରେ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ଚାଲିଥିଲା । ଗତକାଲି ରାତି ୧୧ଟା ସମୟରେ ପତ୍ନୀ ଅରୁନ୍ଧତୀ ପାଢୀଙ୍କର ପରଲୋକ ଘଟିଥିଲା ।

ଏହି ଖବର ମିଳିବାର ମାତ୍ର ୫ ଘଂଟା ପରେ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ଣ୍ଣଚନ୍ଦ୍ର ପାଢୀ ମଧ୍ୟ ଆଖି ବୁଜିଦେଲେ । କରୋନା କଟକଣା କାରଣରୁ କଟକରେ ଅରୁନ୍ଧତୀଙ୍କର ଏବଂ ଭୁବନେଶ୍ୱରରେ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କର ଅନ୍ତିମ ସଂସ୍କାର ହୋଇଛି । ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢୀ ଜଣେ ସୁ ସାହିତ୍ୟିକ , ଅବସରପ୍ରାପ୍ତ ପ୍ରିନ୍ସପାଲ ତଥା ଅଂଚଳର ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ । ଏପରି ଦୁଃଖଦ ଖବର ସୋର ଅଂଚଳରେ ଖେଳାଇ ଦେଇଛି ଶୋକର ଛାୟା ।