କନକ ବ୍ୟୁରୋ : ବିବାହର ପାଞ୍ଚ ବର୍ଷ ପରେ ଦେଶୀ ମଦ ପିଇ ସ୍ୱାମୀଙ୍କ ମୃତ୍ୟୁ ହେଲା, କୋଳରେ ଛୋଟିଆ ଛୁଆକୁ ଧରି ବିଧବା ଭତ୍ତାକୁ ଅନାଇ ବସିଛନ୍ତି ସରସ୍ବତୀ । କିନ୍ତୁ ସରକାରୀଙ୍କ ଉଦାସୀନତା ଯୋଗୁଁ ଏମିତି ସଂସାର ଉଜୁଡି ଯାଉଛି ସରକାରଙ୍କ ପାଖରେ ତାର ସୂଚନା ନଥିବା ଅଭିଯୋଗ ହୋଇଛି ।

Advertisment

ଅଳ୍ପ ବୟସରେ ବିଧବା ହୋଇ ବହୁ କଷ୍ଟରେ ଦିନ କାଟୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଙ୍ଗଲରୁ କାଠ ଆଣି ବିକ୍ରି କରି ଛୁଆଙ୍କ ମୁଁହରେ ଆହାର ଦେଉଛନ୍ତି । ନୂଆସାହି ଗାଁର ଲଷ୍ମୀ ନାୟକଙ୍କ ମଧ୍ୟ ସମାନ ସ୍ଥିତି । ଅତ୍ୟଧିକ ମଦ ପିଇ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ଜୀବନ ଚାଲିଗଲା । ବେଆଇନ୍ ଦେଶୀ ମଦ ଲୋକଙ୍କ ଜୀବନ ନେଉଥିବା ନେଇ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଚୋରା ମଦ ବେପାରୀଙ୍କ ସହ ସୋର ଅବକାରୀ ବିଭାଗର ସାଲାସୁତୁରା ଚାଲିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସ୍ଥାନୀୟ ସରପଞ୍ଚ ମଧ୍ୟ ସରକାରୀ ବ୍ୟବସ୍ଥା ଉପରେ ଆଣିଛନ୍ତି ବଡ ପ୍ରଶ୍ନ । ଅବକାରୀ ବିଭାଗ ମାସିକ ବଟି ନେଇ କାର୍ୟ୍ୟାନୁଷ୍ଠାନ ନନେଇ ଲୋକ ଦେଖାଣିଆ ଚଢ଼ାଉ କରୁଥିବା ଅଭିଯୋଗ କରିଛନ୍ତି ।

ମଦ ପାଇଁ ମହିଳାଙ୍କ ମଥା ଖାଲି ହୋଇଯାଉଛି । ସିନ୍ଥିରୁ ସିନ୍ଦୁର ଲିଭି ଯାଉଥିବା ବେଳେ ସଂସାର ଉଜୁଡି ଯାଉଛି । ତଥାପି ପ୍ରଶାସନର ନିଦ ଭାଙ୍ଗୁ ନଥିବା ଅଭିଯୋଗ ହୋଇଛି ।