ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା : ସୋରରେ ଜଳବନ୍ଦୀ ଅବସ୍ଥାରେ ୨୦ଟି ଗାଁର ଲୋକ

153

କନକ ବ୍ୟୁରୋ : ବାତ୍ୟା ୟାସ’ ପରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଶହ ଶହ ଲୋକେ । ବାଲେଶ୍ୱର ସୋର ଅଂଚଳର ପଣସବାଙ୍କ, ମୁଣ୍ଡମରା, ଚାଉଲୀ, ମାଝି ସାହି, ଜାମନାପଦା, ସାଲମପୁର, ପାଟଣା ସାହି, ଅସ୍ତବାଙ୍କ ଭଳି ୨୦ଟି ଗାଁ ଏବେ ଜଳବନ୍ଦୀ ହୋଇପଡ଼ିଛି । ସେହିପରି ତଳନଗର ପଂଚାୟତ, ପାଖର ପଂଚାୟତ, ପାଳପୁର, ତେନ୍ତୁଳିଆ, ବଳରାମପୁର, ବାଉଁଶବାଟି ଗାଁ ଭିତରେ ପାଣି ପଶିଛି ।

ପାଖାପାଖି ୫ଶହ ପରିବାର ପାଣି ଘେରରେ ରହିଛନ୍ତି । ବାତ୍ୟା ଛାଡ଼ି ଯିବା ପରେ ଲୋକଙ୍କ ଝାଟି ମାଟିର ଘର ଭାଙ୍ଗି ପଡ଼ିଛି । ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରି ଘର ସଜାଡ଼ୁଛନ୍ତି ବନ୍ୟା ପିଡ଼ିତ ଲୋକେ । ରାସ୍ତା ଘାଟରେ ପାଣି ଜମି ରହିବା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଏପରି କେତେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଲୋକଙ୍କ ଚାଷ ଜମି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।