କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଖାନ ଜେଲ ଯିବା ପରେ ସାରା ଦେଶ ଦୁଃଖରେ ଥିବା ବେଳେ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ‘ବିଗ ବସ’ ପ୍ରତିଯୋଗୀ ସୋଫିଆ ହାୟତ। ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ସୋସିଆଲ ମିଡିଆରେ ସୋଫିଆ ଏକ ଦୀର୍ଘ ପୋଷ୍ଟ ଜରିଆରେ ନିଜର ମନ କଥା ବ୍ୟକ୍ତ କରିଛନ୍ତି। ତାହାର ସାରାଂଶ ନିମ୍ନରେ ଦିଆଯାଇଛି।
‘ଶେଷରେ କର୍ମର ଫଳ ସମସ୍ତଙ୍କୁ ମିଳେ। ଅନେକ ଲୋକ ସଲମାନଙ୍କ ବିଷୟରେ ମୁହଁ ଖୋଲିବାକୁ ଡରନ୍ତି, କାହିଁକି ନା ସେମାନେ ଭାବନ୍ତି ବଲିଉଡକୁ ସଲମାନ ଆୟତ୍ତ କରନ୍ତି। ମାତ୍ର ମୁଁ ତାଙ୍କ ବିପକ୍ଷରେ କହିବାକୁ ଭୟ କରୁନାହିଁ। ମୁଁ ଏଥିନେଇ ବହୁତ ଖୁସି ଯେ ସଲମାନ ଜେଲ ଯାଇଛନ୍ତି। ପ୍ରାଣୀମାନେ ପୃଥିବୀ ପାଇଁ ନିହାତି ଜରୁରୀ। ସଲମାନ ଯାହା କରିଛନ୍ତି କେବଳ ନିଜ ଗୁରୁତ୍ୱ ପାଇଁ କରିଛନ୍ତି। ସମାଜ ତାଙ୍କଠାରୁ କି ଶିକ୍ଷା ପାଇଲା? କ’ଣ ସେ ଜଣେ ସେଲିବ୍ରେଟି ବୋଲି ସବୁ କିଛି କରିପାରିବେ? ଅନେକ ସେବା ଧର୍ମ କରନ୍ତି କେବଳ ନିଜ କର୍ମର ପ୍ରାୟଶ୍ଚିତ ପାଇଁ।’ ଶେଷରେ ସେ ‘ହିନ୍ଦୁସ୍ଥାନ ଜିନ୍ଦାବାଦ’ ଲେଖି ନିଜର ପୋଷ୍ଟ ସମାପ୍ତ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/1523031410-sofia-hayat-salman.jpg)