କନକ ବ୍ୟୁରୋ: ଖରିଫ ଋତୁରୁ ଚାଷୀଙ୍କ ଠାରୁ ୩୧ଶହ ଟଙ୍କାରେ ଧାନ କିଣିବେ ସରକାର । କ୍ୟାବିନେଟ୍ ମୋହର ପରେ ଏଥିପାଇଁ ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର।

Advertisment
  • କେମିତି ଚାଷୀଙ୍କୁ ମିଳିବ ଏମଏସପି?
  • ଆସିଲା ‘ସମୃଦ୍ଧ କୃଷକ ନୀତି’ର ଏସଓପି

ଆସିଲା ମୋହନ ସରକାର ଘୋଷଣା କରିଥିବା ‘ସମୃଦ୍ଧ କୃଷକ ନୀତି’ର ଏସଓପି। ମୋହନ ସରକାର କ୍ଷମତାକୁ ଆସିବା ପରେ, ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନର ଏମଏସପି ୩୧୦୦ ଟଙ୍କା ଦେବାକୁ ପ୍ରଥମ କ୍ୟାବିନେଟ ବୈଠକରେ ମୋହର ମାରିଥିଲେ। ୮୦୦ ଟଙ୍କାର ବୋନସ ଦେବାକୁ ବଜେଟରେ ୫ ହଜାର କୋଟି ଟଙ୍କାର ବୟବରାଦ ମଧ୍ୟ କଲେ। ତେଣୁ ରାଜ୍ୟରେ ଚାଷ ଉପରେ ନର୍ଭରଶୀଳ ପ୍ରାୟ ୭୦ ଭାଗ ଲୋକଙ୍କ ଅପେକ୍ଷା ଯେ, କାହାକୁ ଓ କିଭଳି ଏହି ସୁବିଧା ମିଳିବ?

ସମୃଦ୍ଧ କୃଷକ ନୀତି

  • ୨୦୨୪-୨୫ ଖରିଫ ଋତୁରେ ଲାଗୁହେବ
  • ସମସ୍ତ ୩୦ ଜିଲ୍ଲାର ଚାଷୀ ହେବେ ଉପକୃତ

ଯୋଜନାର ଲକ୍ଷ୍ୟ

  • ଚାଷୀଙ୍କ ଆୟ ବଢାଇବା ଓ ଉତ୍ପାଦର ମୂଲ୍ୟ ବୃଦ୍ଧି
  • ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶରେ ସହାୟତା କରିବା
  • ଉନ୍ନତମାନର ବିହନ, ସାର ଓ କୀଟନାସକ ଯୋଗାଇବା
  • ନୂତନ ଜ୍ଞାନକୌଶଳ ଯୋଗାଇ ଚାଷକୁ ଲାଭଦାୟକ କରିବା

ଯୋଜନାରେ ସାମିଲ ହେବାର ଯୋଗ୍ୟତା

  • କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କଠାରୁ ଏମଏସପିରେ ଧାନ କିଣିବେ ସରକାର
  • ଏଥିପାଇଁ ଫୁଡ୍ ଓଡ଼ିଶା ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ
  • ଟ୍ରଷ୍ଟ, ବୋର୍ଡ, ଲିଜଧାରୀ, କମ୍ପାନି କିମ୍ୱା ସେୟାରହୋଲ୍ଡର ବାଦ ପଡ଼ିବେ
  • ଷ୍ଟେଟ କର୍ପୋରେସନ ଲିମିଟେଡରୁ ବିହନ କିଣୁଥିଲେ ଯୋଜନାରେ ସାମିଲ ହେବେ

ସବୁଠାରୁ ବଡକଥା ହେଉଛି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଧାର୍ଯ୍ୟ ଏମଏସପିରେ ଟଙ୍କା ପୈଠ କରାଯିବ। ଧାନ ସଂଗ୍ରହ ବେଳେ ଏଫଏକ୍ୟୁ ମାନକୁ ଗୁରୁତ୍ୱ ଦିଆଯିବ ଓ ଆଧାର ବାୟୋମେଟ୍ରିକ ବାଧ୍ୟତାମୂଳକ ହେବ ।

ଏସଓପିରେ ସରକାର ପ୍ରଦାନ କରିବାକୁ ଥିବା ୮୦୦ ଟଙ୍କାର ବୋନସ ସଂପର୍କିତ ଏକ ଉଦାହରଣ ମଧ୍ୟ ଦେଇଛନ୍ତି। ଜଣେ ଯଦି ୨୦୦ କ୍ୱିଣ୍ଟାଲ ଧାନ ବିକ୍ରି କରନ୍ତି ତା ହେଲେ ତାଙ୍କୁ ୧ଲକ୍ଷ ୬୦ ହଜାର ଟଙ୍କା ବୋନସ ଆକାରରେ ଦେବେ ମୋହନ ସରକାର। ଏକର ପିଛା ୨୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିବାରୁ ୨୦୦ କ୍ୱିଣ୍ଟାଲ ହରଣ ୨୦ କ୍ୱିଣ୍ଟାଲ ଗୁଣନ ୧୬ ହଜାର ଏହିପରି ମୋଟ୍ ୧ଲକ୍ଷ ୬୦ ହଜାର ଟଙ୍କା ପାଇବେ ଚାଷୀ ।publive-imageଖରିଫ ସମୟରେ ଚାଷୀଙ୍କଠାରୁ ୩୧୦୦ ଟଙ୍କା ଏମଏସପିରେ ଧାନ କିଣିବେ ସରକାର। କେତେ ସଂଖ୍ୟକ ଚାଷୀ ଏହାଦ୍ୱାରା ଲାଭବାନ ହେବେ ସେନେଇ ବିଭାଗ ତରଫରୁ ମଧ୍ୟ ତର୍ଜମା ଆରମ୍ଭ ହୋଇଛି ।