ଚାରିମାସ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର : ସ୍ୱତନ୍ତ୍ର ବ୍ୟାରିକେଡରେ ଯାଇ ବାବାଙ୍କୁ କରିପାରିବେ ଦର୍ଶନ

ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ନେଇପାରିବେ ନାହିଁ

106

କନକ ବ୍ୟୁରୋ : ୪ ମାସ ପରେ ଆଜି ଖୋଲିଛି ଭଦ୍ରକ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଆଜି ଠାରୁ ମନ୍ଦିର ଖୋଲିବା ନେଇ ଜାରି ହୋଇଛି ନୂଆ ଏସଓପି । ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡରେ ଯାଇ କେବଳ ବାବାଙ୍କୁ ଦର୍ଶନ କରିପାରିବେ । ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ନେଇପାରିବେ ନାହିଁ । ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଭକ୍ତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି । ମନ୍ଦିର ସାନିଟାଇଜ ପାଇଁ ଶନିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ୧୦ ବର୍ଷରୁ କମ୍, ୬୫ ବର୍ଷରୁ ଅଧିକ ବ୍ୟକ୍ତି ମନ୍ଦିର ନଯିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।