କନକ ବ୍ୟୁରୋ: ଛତିଶଗଡରେ ପହଂଚିଲେ ପଙ୍ଗପାଳ । ଛତିଶଗଡ-ମଧ୍ୟପ୍ରଦେଶ ସୀମାନ୍ତ କୋରିୟା ଜିଲ୍ଲାରେ ପଙ୍ଗପାଳଙ୍କୁ ଦେଖିବାକୁ ମିଳିଛି । କୋରିୟା ଜିଲ୍ଲାର ଭରତପୁରର ଗ୍ରାମାଂଚଳରେ ପଙ୍ଗପାଳକୁ ଦେଖି ସ୍ଥାନୀୟ ଲୋକେ ଭୟଭତି ହୋଇଛନ୍ତି । ସୂଚନା ଅନୁସାରେ ଏମାନଙ୍କୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରିଛନ୍ତି । ପଙ୍ଗପାଳ ନେଇ କୃଷି ଭବନରେ ସମୀକ୍ଷା ବୈଠକ ବସିଥିଲା ଏବଂ ବୈଠକ ପରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କରିଛନ୍ତି ।
ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ କଂଟ୍ରୋଲ ରୁମ୍ । ସଚେତନ ପାଇଁ କ୍ଷେତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସୁବି ଜିଲ୍ଲା ଏସଓପି ଜାରି କରାଯାଇଛି । ପଙ୍ଗପାଳ ଓଡିଶା ଆସିବ କି ନାହିଁ ତାହା ମୌସୁମୀ ଓ ପବନର ବେଗ ଉପରେ ନିର୍ଭର କରୁଛି । ସିନିୟର ଅଫିର ଏ ନେଇ ନଜର ରଖିଛନ୍ତି । ଚାଷୀଙ୍କୁ ସଚେତନ କରାଯାଉଛି । ୮ ଲକ୍ଷ ଚାଷୀ ହେଲ୍ପ ଲାଇନ ଗ୍ରୁପରେ ଅଛନ୍ତି । ସାଢେ ଛଅ ଲକ୍ଷ ଚାଷୀ ହ୍ୱାଟ୍ସ ଅପ ଗ୍ରୁପରେ ଅଛନ୍ତି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସହ ପାଖ ରାଜ୍ୟ ଉପରେ ନଜର ରହିଛି ।
ଅନ୍ୟପଟେ, କେରଳ ଛୁଇଁଲା ମୌସୁମୀ । ଆରମ୍ଭ ହେଲା ବର୍ଷା । କେରଳରେ ଦକ୍ଷିଣ-ପଶ୍ଚିମ ବାୟୁ ଛୁଇଁଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୌସମୀ ବର୍ଷା ଆରମ୍ଭ ହୋଇଯାଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଭାରତୀୟ ପାଣିପାଗ କେନ୍ଦ୍ର ଆକଳନର ସମୟ ପୂବ ମୌସୁମୀ ପହଁଚିଛି । ଏବଂ ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୭୫ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଉଛି ।