ରଥଯାତ୍ରା ପାଇଁ ଆଜି ଆସିପାରେ ଏସଓପି । ଛତିଶାନିଯୋଗ ବୈଠକ ପରେ ନିଆଯିବ ନିଷ୍ପତି, ରଥଯାତ୍ରାରୁ ନୀଳାଦ୍ରିବିଜେ ଯାଏଁ ନୀତିନିଘଣ୍ଟ ଉପରେ ବାଜିବ ମୋହର ।  

110

କନକ ବ୍ୟୁରୋ : ଆଗାମୀ ଜୁଲାଇ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଆଜି ଆସିପାରେ ଏସଓପି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । ତେଣୁ ଅଣସରଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ଉପରେ ମୋହର ବାଜିବ । ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ସାମିଲ ହେବେ ସମସ୍ତ ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ବୈଠକରେ ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ସମସ୍ତ ନିଯୋଗର ସେବାୟତମାନେ କିଭଳି ପରସ୍ପର ସହ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳାର ସହ ସମ୍ପାଦନ କରିବେ, ସେନେଇ ବୈଠକରେ ଆଲୋଚନା କରାଯିବ । ସେବାୟତ, ପୋଲିସ ଓ ପ୍ରଶାସନ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରି ଯେଉଁମାନଙ୍କର ରପୋର୍ଟ ନେଗେଟିଭ ଆସିବ ଏବଂ ଟିକାର ଦୁଇଟି ଡୋଜ୍ ନେଇଥିଲେ ଯାତ୍ରାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି ।