କରୋନାର ନୂଆ ଔଷଧ ବ୍ୟବହାର ପାଇଁ ଆସିଲା ଏସଓପି । ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇପାରିବ । ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

190

କନକ ବ୍ୟୁରୋ : କରୋନା ରୋଗୀଙ୍କ ନୂଆ ଔଷଧ ବ୍ୟବହାର ପାଇଁ ଆସିଲା ନୂଆ ଏସଓପି । ଏସସପି ନେଇ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିଶନର, ସିଡିଏମଓଙ୍କୁ ଚିଠି ଲେଖିଲେ ଏସିଏସ । ଟୋସିଲିଜୁମାବ ଓ ନୂଆ ଔଷଧ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ ଓ ଅନ୍ୟ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ଏହି ଏସଓପି ଜାରି ହୋଇଛି । ନୂଆ ନିୟମ ଅନୁସାରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଇପାରିବ ନୂଆ ଔଷଧ । ଗୁରୁତର ରୋଗୀ କିମ୍ବା ଭେଂଟିଲେଟରରେ ଥିବା ରୋଗୀଙ୍କୁ ମଧ୍ୟ ଏହିସବୁ ଔଷଧ ଦିଆଯାଇପାରିବ । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରିଛି । ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ଏହି କମିଟି ତୋସିଲିଜୁମାର ବ୍ୟବହାର ନେଇ ନିଷ୍ପତି ନେବ । କିନ୍ତୁ ଏହି ନୂଆ ଔଷଧ ବ୍ୟବହାର ନେଇ ଡିସିଜିଆଇ କୌଣସି ସ୍ପଷ୍ଟ ଗାଇଡଲାଇନ ଜାରି କରିନାହିଁ । ଯେହେତୁ ଏହି ନୂଆ ଔଷଧ ଗୁଡିକର ପରିମାଣ ସୀମିତ ତେଣୁ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ବ୍ୟବହାର ପାଇଁ ଅୁନମତି ଦିଆଯାିଇପାରିବ ।