ପରଦାରେ ଧମାଲ କରୁଛି ଅକ୍ଷୟ-କ୍ୟାଟ୍ରିନାଙ୍କ ସୂର୍ଯ୍ୟବଂଶୀ: ପ୍ରଥମ ଦିନରେ କଲା ୨୫ କୋଟିର ବ୍ୟବସାୟ

127

କନକ ବ୍ୟୁରୋ: ଫିଲ୍ମ ରିଲିଜ ପରେ ଆସିଲା ସୁର୍ଯ୍ୟବଂଶୀର ଆଉ ଏକ ରୋମାଂଟିକ୍ ଗୀତ । ୧୯୯୪ର ଚଳଚ୍ଚିତ୍ର ମୋହରାରେ ସ୍ଥାନ ପାଇଥିବା ସୁପରହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନି’କୁ ରିକ୍ରିଏଟ୍ କରି ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରେ ସ୍ଥାନ ଦିଆଯାଇଛି । ଆଉ ଏଥର ଅକ୍ଷୟଙ୍କ ବିପକ୍ଷରେ ରବିନା ଟଣ୍ଡନଙ୍କ ସ୍ଥାନରେ ନଜର ଆସିଛନ୍ତି କ୍ୟାଟ୍ରିନା କୈଫ୍ ।

ସିନେପ୍ରେମୀଙ୍କୁ ଆକୃଷ୍ଟ କରିବା ପାଇଁ ମୁକ୍ତିଲାଭ କରିଛି ସୁରବଂଶୀର ନୂଆ ଗୀତ ଟିପ୍ ଟିପ୍ ବରସା ପାନି । ଶୁକ୍ରବାର ସୁର୍ୟବଂଶୀ ପରଦାକୁ ଆସିଥିବାବେଳେ ଦର୍ଶକଙ୍କୁ ହଲ୍ ଆଡକୁ ଟାଣିବା ପାଇଁ ଶନିବାର ଫିଲ୍ମର ଏହି ରୋମାଂଟିକ୍ ଗୀତ ରିଲିଜ୍ କରିଛନ୍ତି ମେକର । ୯୦ଦଶକର ସୁପରହିଟ୍ ଟ୍ରାକ୍ ଟିପ୍ ଟିପ୍ର ରିମିକ୍ସ ଭର୍ସନକୁ ନେଇ ଏହି ଗୀତ ପ୍ରସ୍ତୁତ କରିଛନ୍ତି ମେକର । ଆଉ ଏଥର ଅକ୍ଷୟ କୁମାରଙ୍କ ରୋମାନ୍ସ କରିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ।

୧୯୯୪ରେ ଚଳଚ୍ଚିତ୍ର ମୋହରାରେ ସ୍ଥାନ ପାଇଥିବା ଏହି ଗୀତରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଓ ଅଲକା ୟାଗନିକ୍ । ଗୀତରେ ସଙ୍ଗୀତର ଭାର ତୁଲାଇଥିଲେ ଆନନ୍ଦ ବକ୍ସି । ତେବେ ଏହି ରିମିକ୍ସ ଭର୍ସନରେ ସଙ୍ଗୀତର ଭାରତ ତୁଲାଇଛନ୍ତି ତନିଷ୍କ ବାଗଚି । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ସୁର୍ୟବଂଶୀ ବଡ ପରଦାରେ ଧମାଲ କରୁଛି । ସିନେପ୍ରେମୀ ଫିଲ୍ମଟିକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।