ରିଲିଜ୍ ହେଲା ସୂର୍ଯ୍ୟବଂଶୀର ନୂଆ ଗୀତ ନାଜା : ଗୀତରେ ଦେଖିବାକୁ ମିଳିଲା ଅକ୍ଷୟ–କ୍ୟାଟ୍ରିନାଙ୍କ ଜବରଦସ୍ତ ଡ୍ୟାନ୍ସ

180

କନକ ବ୍ୟୁରୋ : ‘ଖତ୍ରୋଁ କେ ଖିଲାଡି’ର ହୋଷ୍ଟ ତଥା ବଲିଉଡ୍‌ର ନାମକରା ନିର୍ଦ୍ଦେଶକ ରୋହିତ ସେଟ୍ଟୀ କହିଛନ୍ତି ସିନେମା ‘ସୂର୍ଯ୍ୟବଂଶୀ’ ମାଧ୍ୟମରେ ଆମେ ୱାର୍ଲଡ୍ ରେକର୍ଡ କରିବୁ । ଚଳଚ୍ଚିତ୍ର ‘ଜମିନ୍‌’ରୁ ଆରମ୍ଭ କରିଥିବା ନିର୍ଦ୍ଦେଶନା କ୍ୟାରିୟର୍‌ ଯଦିଓ ସେତେ ଲମ୍ବା ନୁହେଁ, ଗୋଲ୍‌ମାଲ୍‌, ସନ୍‌ଡେ, ଗୋଲ୍‌ମାଲ୍‌ ରିଟର୍ଣ୍ଣସ, ଅଲ୍‌ ଦ ବେଷ୍ଟ, ଗୋଲ୍‌ମାଲ୍‌-୩, ସିଙ୍ଘମ୍, ବୋଲ୍‌ ବଚ୍ଚନ, ଚେନ୍ନାଇ ଏକ୍ସପ୍ରେସ୍, ଦିଲ୍‌ୱାଲେ, ଗୋଲ୍‌ମାଲ୍‌ ଏଗେନ୍, ସିମ୍ବା ଭଳି ସଫଳ ସିନେମାର ନିର୍ଦ୍ଦେଶକ ରୋହିତ ଏବେ ‘ସୂର୍ଯ୍ୟବଂଶୀ’କୁ ନେଇ ବେଶ୍ କ୍ରେଜି ଅଛନ୍ତି ।

ଆଗକୁ ଆସୁଛି ରୋହିତଙ୍କ ନିର୍ଦ୍ଦେଶିତ ‘ସର୍କସ୍ ଡାଗର’ । ରୋହିତ ଏଥିପାଇଁ ପ୍ରସିଦ୍ଧ ଯେ ତାଙ୍କ ସିନେମାରେ ଆକ୍ସନ୍ ଓ ଷ୍ଟଣ୍ଟ ଅଧିକ ପ୍ରତିଫଳିତ ହେଇଥାଏ । ଏବେ ଆକ୍ସନ୍ ଷ୍ଟାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ରୋହିତ ଯେଉଁ ସିନେମାଟି ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ତାହା ହେଉଛି ‘ସୂର୍ଯ୍ୟବଂଶୀ’ । ଗୋଟିଏ ସଟ୍ ବୁଲଗେରିଆରେ ହେଇଥିବା ବେଳେ ଅନ୍ୟ ସଟ୍‌ଟି ସୁଟ୍ ହେଇଛି ଦକ୍ଷିଣ ଆଫ୍ରିକାର କେପ୍‍‍ଟାଉନ୍‌ରେ । ରୋହିତ ଏହା ମଧ୍ୟ ଦାବି କରିଛନ୍ତି ଯେ ଏ ଦୁଇଟି ସ୍ଥାନରେ ସେ ଯେଉଁ ଷ୍ଟଣ୍ଟ ସଟ୍ ନେଇଛନ୍ତି ତାହା ବିଶ୍ବ ଚଳଚ୍ଚିତ୍ର ଜଗତରେ ଚକିତ କଲାଭଳି। ଏପରିକି ତାଙ୍କ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର କିଛି ଷ୍ଟଣ୍ଟ ସିନ୍ ଗିନିଜ୍ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇପାରେ ବୋଲି ସେ ଦାବି କରିଛନ୍ତି ।

ରୋହିତ କହିଛନ୍ତି ତାଙ୍କ ନିର୍ଦ୍ଦେଶନା କ୍ୟାରିୟର ଭିତରେ ସେ କାର ଚଳାଉଥିବା ବେଳେ ଅତିକମରେ କାର ଭିତରେ ମଧ୍ୟ ଶହେରୁ ଅଧିକ ଷ୍ଟଣ୍ଟ ସଟ୍ ନେଇଛନ୍ତି । ଏହା ବ୍ୟତୀତ ଦୁଇ ଶହଟି ଗାଡ଼ିରେ ସେ ଏଭଳି ଷ୍ଟଣ୍ଟ ସଟ୍ ନେଇଛନ୍ତି । ଏସବୁ ଷ୍ଟଣ୍ଟ ସଟ୍ ପରୀକ୍ଷା କରି ସଫଳ ହେବା ପରେ ସେ ଟେଲିଭିଜନ୍‌ରେ ‘ଫିଅର୍ ଫ୍ୟାକ୍ଟର୍’ ଓ ‘ଖତ୍ରୋଁ କେ ଖିଲାଡି’ ଭଳି କାର୍ଯ୍ୟକ୍ରମ କରିଛନ୍ତି । କାରଣ ରୋହିତଙ୍କ ପ୍ରିୟ କାମ ହେଲା ସେ ଆକ୍ସନ୍‌କୁ ଭଲ ପାଆନ୍ତି। ଆକ୍ସନ୍ ସଟ୍ ପାଇଁ ସେ ପ୍ରଥମେ ଗୋଟିଏ ଗ୍ରୁପ୍ ତିଆରି କରନ୍ତି। ସେ ଫାଇଟ୍ ଓ ଆକ୍ସନ୍ ଡାଇରେକ୍ଟର ହୁଅନ୍ତୁ କି ଅକ୍ଷୟ, ଅଜୟଙ୍କ ଭଳି ଅଭିନେତା ହୁଅନ୍ତୁ, ଏମାନଙ୍କ ସହ ଅନେକ ଥର ରିହର୍ସାଲ କରନ୍ତି । ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଥିବା ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ନିଶ୍ଚିତ ଭାବେ ବିଶ୍ବ ସମୂହ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ନିଜେ ନିର୍ଦ୍ଦେଶକ ରୋହିତ କହିଛନ୍ତି ।