କନକ ବ୍ୟୁରୋ: କାମିୟା ଜାନୀଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ସେ କହିଛନ୍ତି ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ନେଇ ମାର୍କେଟିଂ କରାଯାଉଛି । ଅଭଡା ରେଷ୍ଟୁରାଂଟର ଖାଦ୍ୟ ନୁହେଁ । କାମିୟାଙ୍କ ଖାଇବା ଟେବୁଲରେ ଗୋମାଂସ ରହିଛି । ଯାହା ଧରିଥିଲେ ତାହା ଗୋମାଂସ । ସେ ଖାଆନ୍ତୁ କି ନଖାଆନ୍ତୁ, ସେ ଗୋମାଂସର ପ୍ରଚାର କରୁଛନ୍ତି । ଗୋମାଂସକୁ ପ୍ରଚାର ପ୍ରସାର ଓ ଉତ୍ସାହିତ କରୁଥିବା ଲୋକଙ୍କୁ ମନ୍ଦିର ଭିତରକୁ କିପରି ପ୍ରବେଶ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
କାମିୟା ଜାନୀଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଲେ ସୂରଜ ସୂର୍ଯ୍ୟବଂଶୀ । କହିଲେ , ଅଭଡା ରେଷ୍ଟୁରାଣ୍ଟର ଖାଦ୍ୟ ନୁହେଁ ।
/kanak/media/post_attachments/wp-content/uploads/2023/12/aaaaaaaaaaaa.jpg)