ଖୁବଶୀଘ୍ର ଖୋଲିବ ରତ୍ନ ଭଣ୍ଡାର, ହେବ ଗଣତି । ଯଦି ଗଡବଡ ଥିବ ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

95

କନକବ୍ୟୁରୋ:ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ । ଆଉ ଗଣତି ହେବ । ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କ୍ଷମତାକୁ ଆସିବେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ।

ଏହାସହ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରି ସେତେବେଳେର ବିଜେଡି ସରକାରକୁ ବାରମ୍ବାର ଆକ୍ରମଣ କରିଥିଲେ ବିଜେପି ନେତା । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ବିଜେପି ପ୍ରତଶ୍ରୁତି ଦେଇଥିଲା ବେଳେ ଏହା ପୂରଣ କରିସାରିଛି । ଏବେ ରତ୍ନଭଣ୍ଡାର ଉପରେ ସମସ୍ତଙ୍କ ନଜର ରହିଛି । ଏପରି ସମୟରେ ରତ୍ନଭଣ୍ଡାର ଶୀଘ୍ର ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।