ଖୁବ୍ ଶୀଘ୍ର ବୌଦ୍ଧରେ ଗଡ଼ିବ ରେଳ । ଟ୍ରେନ୍ ଚଳାଚଳ ପାଇଁ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ଼ ବଡ଼ ଟନେଲ ।

ଖୁବ୍ ଶୀଘ୍ର ବୌଦ୍ଧରେ ଗଡ଼ିବ ରେଳ । ଟ୍ରେନ୍ ଚଳାଚଳ ପାଇଁ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ଼ ବଡ଼ ଟନେଲ ।

କନକ ବ୍ୟୁରୋ: ରାଜ୍ୟର ସବୁଠୁ ବଡ଼ ଟନେଲ ନିର୍ମାଣ ସହ ବୌଦ୍ଧରେ ପ୍ରଥମ ଥର ଗଡ଼ିବ ରେଳ । ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଖୁସି କହିଲେ ନସରେ । ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇପାରେ ନିର୍ମାଣ କାମ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଅନ୍ଦୋଳନ ଜାରି ରହିଥିବା ବେଳେ ଜିଲ୍ଲାବାସୀ ଦେଖିଥିବା ସ୍ୱପ୍ନ ପୂରଣ ହେବାକୁ ଯାଉଛି ।ପଛୁଆ ଅଂଚଳ ତଥା ପଶ୍ଚିମ ଓଡିଶାକୁ ସିଧାସଳଖ ରାଜଧାନୀ ଭୂବନେଶ୍ୱର ସହ ଯୋଡିବା ଲକ୍ଷରେ ଇଂରେଜ ଅମଳରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପରିକଳ୍ପନା ହୋଇଥିଲା । ଏହି ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରିବାକୁ ବର୍ଷ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିବା ବେଳେଲୋକେ ଦେଖିଥିବା ସ୍ୱପ୍ନ ଏବେ ପୁରାହେବାକୁ ଯାଉଛି ।

ତେଲନଦୀ ଉପରେ ଚାଲିଛି ରେଳ ବ୍ରିଜ୍ ନିର୍ମାଣ କାମ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀରକୁ ସଂଯୋଗ କରିବାକୁ ଥିବା ଏହି ରେଳପଥ କାମ ଜୋରସରରେ ଆଗେଇ ଚାଲିଛି । ରେଳପଥ ମୋଟ ୩୧୦ କିଲୋମିଟର ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୧୧୦ କିଲୋମିଟର ରହିଛି । ବଲାଙ୍ଗୀର ପଟୁ ସୋନପୁରକୁ ୫୦ କି.ମି ଏବଂ ଖୋର୍ଦ୍ଧା ପଟୁ ଦଶପଲ୍ଲାକୁ ୧୦୦ କି.ମି ରେଳପଥ ସମ୍ପୂର୍ଣ୍ଣ ହେବା ସହ ଟ୍ରେନ୍ ମଧ୍ୟ ଗଡ଼ିସାରିଛି ।

ଟ୍ରେନ୍ ଚଳାଚଳ ପାଇଁ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ଼ ବଡ଼ ଟନେଲ । ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ପଥମ କରି ଟନେଲ ନିର୍ମାଣ ଚାଲିଥିବା ବେଳେ ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ ହେଉଛି ୭ଟି ଟନେଲ । ଆଡ଼ଣିଗଡ଼ ଠାରେ ତିଆରି ହେବ ଓଡ଼ିଶାର ବଡ଼ ଟନେଲ । ଏହାର ଦୂରତା ୪ ଦଶମିକ ୧୮୫ କିଲୋମିଟର ରହିଛି ।

ସେହିପରି ତେଇଶିମାଲରେ ମଧ୍ୟ ଗୋଟିଏ ଟନେଲ ନିର୍ମାଣ ଚାଲିଛି । ଯାହାର ଦୂରତା ରହିଛି ୧ ଦଶମିକ ୯୭୫ କି.ମି । ଅନ୍ୟପଟେ ମାର୍ଦ୍ଧିଙ୍ଗ ଗାଁରେ ନିର୍ମାଣ ହେଉଛି ୨ଟି ଟନେଲ । ଗୋଟିଏର ଦୂରତା ଶୁନ୍ ଦଶମିକ ୩୧୫ କି.ମି ଥିବା ବେଳେ ଅନ୍ୟଟିର ଦୂରତା ରହିଛି ଶୁନ୍ ଦଶମିକ ୩୧୭ କି.ମି । ସେହିପରି ଆଉ ୩ଟି ଟନେଲ ଦଶପଲ୍ଲା ଠାରୁ ମଧପୁର ମଧ୍ୟରେ ନିର୍ମାଣ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe