ଇପିଏଫଓ ନିୟମରେ ବଡ ପରିବର୍ତ୍ତନ: ଏଣିକି ସରକାରୀ ଚାକିରିଆଙ୍କ ଭଳି ବେସରକାରୀ କର୍ମଚାରୀ ବି ପାଇବେ ଏହି ସବୁଧା…ଚାକିରି ଛାଡିଦେଲେ ବି ଆଉ ରହିବନି କୌଣସି ଚିନ୍ତା

6,268

କନକ ବ୍ୟୁରୋ: ପ୍ରାଇଭେଟ୍ ଚାକିରିଆଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ଚାକିରିଆଙ୍କ ଭଳି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ପେନସନ ଭଳି ସୁବିଧା । ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ଇପିଏଫଓ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇପିଏଫଓ ପେନସନଧାରୀଙ୍କୁ ଖୁବ୍ ଶୀଘ୍ର ମିଳିପାରେ ଆଶ୍ୱସ୍ତି । ଆଡଭାନ୍ସ ପେନସନ ଆମାଉଂଟ ନେଉଥିବା ପେନସନଭୋଗୀଙ୍କୁ ପୁଣି ମିଳିପାରେ ପେନସନର ପୂରା ରକମ । ସହଜ ଶଦ୍ଦରେ କହିଲେ, ପିଏଫ ସହ କଟୁଥିବା ପେନସନ(ଇପିଏସ)କୁ ଏଣିକି ଆପଣ ଆଡଭାନ୍ସ ଆକାରରେ ବି ନେଇପାରିବେ । ତେବେ ଏଭଳି ସୁବିଧା କେବଳ ସରକାରୀ ଚାକିରିଆଙ୍କ ପାଇଁ ଉପଲବ୍ଧ ଥିଲା । କିନ୍ତୁ ଏଣିକି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀ ବି ଏହି ସୁବିଧାର ଲାଭ ଉଠାଇପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଆପଣ ଯେଉଁ କଂପାନୀରେ କାମ କରନ୍ତି ସେଠାରେ କଂପାନୀ କର୍ତ୍ତୃପକ୍ଷ ଆପଣଙ୍କ ଦରମାରୁ ପ୍ରତିମାସ ପଏଫ ବାବଦକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା କାଟି ରଖିଥାଏ । ଯାହା ଇପିଏଫଓରେ ଜମା ହୋଇଥାଏ । ତେବେ ପିଏଫରେ କର୍ମଚାରୀଙ୍କ ଦରମାରୁ ଅତି କମରେ ୧୨ ପ୍ରତିଶତ ଅଂଶଦାନ ରହିଥିବା ବେଳେ ୧୨ ପ୍ରତିଶତ ଅଂଶଦାନ କଂପାନୀ ତରଫରୁ ମଧ୍ୟ ଦିଆଯାଇଥାଏ । ତେବେ କଂପାନୀ ଯେଉଁ ଅଂଶଦାନ ମିଳିଥାଏ ସେଥିରେ ୮.୩୩ ପ୍ରତିଶତ ପେନସନ ଯୋଜନା ଇପିଏସକୁ ଯାଇଥାଏ ଆଉ ବାକି ୩.୬୭ ପ୍ରତିଶତ ଇପିଏଫରେ ଜମା ହୋଇଥାଏ ।

କି ଫାଇଦା ମିଳିବ

ଯଦି କୌଣସି ବ୍ୟକ୍ତି ଚାକିରିରୁ ଅବସର ନିଅନ୍ତି କିମ୍ବା ନେବାକୁ ଚାହାଁନ୍ତି ତେବେ ତାଙ୍କ ନିକଟରେ ବିକଳ୍ପ ରହିବ ଯେ, ସେ ନିଜ ପେନସନର ମୋଟ୍ ରକମରୁ ୪୦ ପ୍ରତିଶତ ଅର୍ଥରାଶି ଆଡଭାନ୍ସ ଆକାରରେ ନେଇପାରିବେ । ତେବେ ପେନସନଧାରୀ ଆଗାମୀ ୧୦ ବର୍ଷ ପାଇଁ ଆଡଭାନ୍ସ ପେନସନ ଅର୍ଥାତ୍ ମାସିକ ପେନସନର ୪୦ ପ୍ରତିଶତ ଅର୍ଥରାଶି ୧୦ ବର୍ଷ ପାଇଁ ଆଡଭାନ୍ସ ଆକାରରେ ନେଇପାରିବେ । ସହଜ ଶଦ୍ଦରେ କହିଲେ, ହଜାର ଟଙ୍କାର ପେନସନ ଉପରେ ୪୦୦ ଟଙ୍କା ୧୦ ବର୍ଷ ପାଇଁ ମିଶାଇ ନେଇପାରିବେ । ଅର୍ଥାତ୍ ୪୮୦୦୦ ଟଙ୍କା ୧୦ ବର୍ଷ ପାଇଁ ଆଡଭାନ୍ସ ପେନସନ ଆକାରରେ ନେଇପାରିବେ । ଆଉ ଏହି ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କେବଳ ୬୦୦ ଟଙ୍କା ପେନସନ ବାବଦକୁ ମିଳିବ । ଏହାପରେ ପୁଣି ୧୫ ବର୍ଷ ପରେ ହଜାର ଟଙ୍କା ପେନସନ ମିଳିବ । ଇପିଏଫଓ ୫ ବର୍ଷରେ ସୁଧର ରକମ ପରିଶୋଧ କରିବ । ଏବେ ଏହି ସୁବିଧା କେବଳ ସରକାରୀ କର୍ମଚାରୀଙ୍କୁ ହିଁ ମିଳୁଥିଲା ।