ବ୍ୟାଙ୍କ ତରଫରୁ ମିଳୁଥିବା ମାଗଣା ସର୍ଭିସ୍ ଏଣିକି ମହଙ୍ଗା ହୋଇପାରେ । ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କ ତରଫରୁ ଏଟିଏମରୁ ଟଙ୍କା ଉଠାଣ, ଲକର ୱିଜିଟ୍ ଏବଂ ଅନେକ ମାଗଣ ସେବା ମାନ ଗ୍ରାହକଙ୍କୁ ଉପଲବ୍ଧ କରାଯାଇଥାଏ । ଯାହା ବ୍ୟାଙ୍କକୁ ବହୁତ ମହଙ୍ଗା ପଡିଥାଏ । ଆଉ ଏହି ଚାର୍ଜେସଗୁଡିକ ବଢିବା କାରଣରୁ ବ୍ୟାଙ୍କ ଉପରେ ଋଣ ଭାର ବୃଦ୍ଧିପାଇଛି । ବ୍ୟାଙ୍କ ଗ୍ରାହକଙ୍କୁ ଏହି ସେବାଗୁଡିକୁ ମାଗଣାରେ ଦେଇଥାଏ , ଯେବେକି ବ୍ୟାଙ୍କକୁ ଏଭଳି ପ୍ରକାରର ସେବା ଉପରେ ପାଖାପାଖି ୪୦ ହଜାର କୋଟି ଟଙ୍କାର ସର୍ଭିସ ଟ୍ୟାକ୍ସ ଦେବାକୁ ପଡିଥାଏ । ନିକଟରେ ଉଭୟ ରାଜସ୍ୱ ବିଭାଗ ଏବଂ ଅର୍ଥ ମନ୍ତ୍ରାଳୟ ପରିସରରେ ଆସୁଥିବା ସମସ୍ତ ଅର୍ଥ ବିଭାଗ ମଧ୍ୟରେ ବସିଥିବା ବୈଠକରେ ବ୍ୟାଙ୍କ ଏହି ସେବାଗୁଡିକ ଉପରେ ଟ୍ୟାକ୍ସ ଛାଡ କରିବାକୁ ଦାବି କରିଥିଲା ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଏହି ମାମଲାଟି ବର୍ତ୍ତମାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚି ସାରିଛି । ଏହି ସମସ୍ୟାର ସମାଧାନ ପାଇଁ ଉଭୟ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଚଳିତ ସପ୍ତାହରେ ଏହି ସମସ୍ୟାର ସମାଧାନ ସାମନାକୁ ଆସିପାରେ ।
ବ୍ୟାଙ୍କଗୁଡିକୁ ଦିଆଯାଇଛି ନୋଟିସ୍
ଏଠାରେ ଆମେ କହି ରଖୁଛୁ କି, ଚଳିତ ବର୍ଷ ଏପ୍ରିଲ ମାସରେ ରାଜସ୍ୱ ବିଭାଗ ତରଫରୁ ବ୍ୟାଙ୍କଗୁଡିକୁ ନିଜର ସେବାଗୁିଡକ ଉପରେ ସର୍ଭିସ ଟ୍ୟାକ୍ସ ଜମା ଏବଂ ତା ଉପରେ ପ୍ରସ୍ତୁତ ହେଉଥିବା ସୁଧକୁ ପୈଠ କରିବାକୁ ନୋଟିସ ଦିଆଯାଇଥିଲା । ତେବେ ଏହି ସର୍ଭିସ ଟ୍ୟାକ୍ସ ସେ ସମସ୍ତ ସେବାଗୁଡିକ ଉପରେ ଲାଗୁ କରାଯାଇଛି, ଯାହାକୁ ଅଧିକାଂଶ ବ୍ୟାଙ୍କ ମାଗଣାରେ ଦେଉଛନ୍ତି । ରାଜସ୍ୱ ବିଭାଗ ତରଫରୁ ମାଗଣା ସେବାଗୁଡିକ ଉପରେ ଟ୍ୟାକ୍ସ ଜମା ନକରିବା ଦ୍ୱାରା ବ୍ୟାଙ୍କ ଉପରେ ୧୨ ପ୍ରତିଶତ ସର୍ଭିସ ଟ୍ୟାକ୍ସ ସହିତ ହିଁ ୧୮ ପ୍ରତିଶତର ସୁଧ ଏବଂ ୧୦୦ ପ୍ରତିଶତ ଜରିମାନା ବାବଦକୁ ଲାଗୁ କରି ନୋଟିସ ପଠାଇଥିଲା । ଏହି ନୋଟିସ ମିଳିବା ପରେ ବ୍ୟାଙ୍କ ସଂଗଠନ ତରଫରୁ ସରକାରଙ୍କୁ ଏହି ନୋଟିସକୁ ଫେରାଇ ନେବାକୁ ଅନୁରୋଧ କରାଯାଇଛି ।
ମାଗଣା ସେବାଗୁଡିକ ଉପରେ ପଡିପାରେ ପ୍ରଭାବ
ବ୍ୟାଙ୍କଗୁଡିକୁ ଯଦି ୪୦ ହଜାର କୋଟିର ସର୍ଭିସ ଟ୍ୟାକ୍ସ ଭରିବାକୁ ପଡେ । ତେବେ ଆଗାମୀ ଦିନମାନଙ୍କରେ ବ୍ୟାଙ୍କ ଏଟିଏମରୁ କ୍ୟାସ ବାହାର କରିବାର ସେବା, ଚେକବୁକ , କ୍ୟାସ ଜିପୋଜିଟ, ଲକର ଓିଜିଟ ଏବଂ ଜନଧନ ଯୋଜନା ଭଳି ସାଧାରଣ ଲୋକଙ୍କ ହୀତପାଇଁ କାର୍ଯ୍ୟକାରୀ ହେଉଥିବା ସେବାଗୁଡିକ ଉପରେ ଶୁଳ୍କ ଲଗାଇପାରନ୍ତି । ବର୍ତ୍ତମାନ ଏହି ସେବା ଉପରେ କୌଣସି ଶୁଳ୍କ ଆଦାୟ ହେଉନାହିଁ ଆଉ ଯଦି ବି ଆଦାୟ ହେଉଛି ତାହା ବି ବହୁତ କମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/atm2-U10141249868avB-621x414@LiveMint.jpg)