ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ । ମୁମ୍ବାଇ ସ୍ଥିତ ବାସଭବନରେ କଲା ସର୍ଭେ ।

2,478

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ । ବୁଧବାର ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟକର ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ତାଙ୍କ ଘରେ ସର୍ଭେ କରିଛି । ଖାଲି ସେତିକି ନୁହେଁ, ଆୟକର ବିଭାଗ ମୋଟ ୬ଟି ସ୍ଥାନରେ ଏହି ସର୍ଭେ ଜାରି ରଖିଛି ।

କୋଭିଡ୍ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ବେଶ ଚର୍ଚ୍ଚାରେ ରହିଥିଲେ । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜନ୍ମମାଟିକୁ ଫେରାଇବା ପାଇଁ ସେ ଦିନ ରାତି ପରିଶ୍ରମ କରିଥିବା ଦେଖିବାକୁ ମିଳିଥିଲା । ହେଲେ ଗତ କିଛି ଦିନ ତଳେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ତାଙ୍କୁ ସ୍କୁଲ ପିଲାଙ୍କ ଏକ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସାଡର କରିଥିଲା । ବାସ୍ ଏହାର କିଛି ଦିନ ପରେ ଆୟକର ବିଭାଗ ଆଜି ସୋନୁ ସୁଦଙ୍କ ଘରେ ସର୍ଭେ କରିଛି ।

ତେବେ ସେହି କାର୍ଯ୍ୟକ୍ରମରେ ସୋନୁ ସୁଦ ରାଜନୀତି ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ଆଗକୁ ସେ ରାଜନୀତିରେ ସାମିଲ ହେବାକୁ ଯାଉନାହାଁନ୍ତି । ସେ କିମ୍ବା ତାଙ୍କ ପରିବାର ଏ ସମ୍ପର୍କରେ ଚିନ୍ତା କରିନାହାଁନ୍ତି ବୋଲି ସେ କହିଥିଲେ । ତେବେ ଆଜିର ଆୟକର ବିଭାଗର ଏହି ସର୍ଭେକୁ ନେଇ ମଧ୍ୟ ସୋନୁ ସୁଦ୍ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।