ବଳଦ ବଦଳରେ ବିଲରେ ହଳ କରୁଥିଲେ ଝିଅ । ସୋସିଆଲ ମିଡ଼ିଆରେ ହଳର ହୃଦୟଥରା ଦୃଶ୍ୟ ଦେଖି ସହି ପାରିଲେନି ସୋନୁ ସୁଦ୍ । ଟ୍ୱିଟ କରି ଚାଷୀ ଭାଇଙ୍କୁ ଦେଲେ ଭରସା, ଆଉ ନୁହେଁ ତମେ ହଳ କରିବ ତ ଟ୍ରାକ୍ଟରେ । ଝିଅଙ୍କୁ ପାଠ ପଢ଼ିବାକୁ କୁହ, ଚାଷ ପାଇଁ ମୁଁ ପଠାଉଛି ଟ୍ରାକ୍ଟର…

2,205

କନକ ବ୍ୟୁରୋ: ଜୁଆଳୀରେ ଯୋଚା ହେଲା ମଣିଷ । ବଦଳ ଜାଗାରେ ମଣିଷ କଲା ଚାଷ । ଲଙ୍ଗଳରେ ବାପା ହଳ କରୁଛନ୍ତି, ବାପାଙ୍କ ପଛେ ପଛେ ମାଆ ବିହନ ବୁଣି ବୁଣି ଚାଲିଛି ଆଉ ଆଗରେ ଦୁଇ ଝିଅ ଜୁଆଳୀ ଧରି ଲଙ୍ଗଳକୁ ଟାଣି ଟାଣି ନେଉଛନ୍ତି । ଧୋ ଧୋ ଖରାରେ ବାପାମାଆଙ୍କ ସହ ମଝି ବିଲରେ ବଳଦ ସାଜି ନିଜ ଜମିକୁ ହଳ କରୁଛନ୍ତି ଏ ଦୁଇ ଅସହାୟ ଝିଅ । ବାପଝିଅଙ୍କ ବଳରେ ସିନା ଲୁହା ଲଙ୍ଗଳ ମାଟିର ଛାତି ଚିରି ପକାଉଛି ହେଲେ ଟାଣୁଆ ମାଟିର ଆଘାତରେ ଦୁଇ ଝିଅଙ୍କ କୋମଳ ପାଦ ଫୁଟିଯାଉଛି । କିନ୍ତୁ ସବୁ କଷ୍ଟ, ସବୁ ଆଘାତକୁ ସହି ଚାଷ କରିବାକୁ ପଡିବ କାରଣ ଚାଷ ନକଲେ ଏଥର ଚଳିବା ମୁସ୍କିଲ ହୋଇଯିବ । ବଞ୍ଚିବା ଅସମ୍ଭବ ହୋଇପଡିବ ।

ମଧ୍ୟପ୍ରଦେଶ ଚିତୋର ଅଞ୍ଚଳର ଜଣେ ବିଲାତି ଚାଷୀ କରୋନା ପାଇଁ ଏତେ କ୍ଷତି ସହିଲେ ଯେ ଖରିବ ଋତୁରେ ଚାଷ କରିବାକୁ ଆଉ ତାଙ୍କ ପାଖରେ କୌଣସି ସମ୍ଭଳ ରହିଲାନି । ବଳଦ କିଣି ଚାଷ ଜମିକୁ ହଳ କରିବାକୁ ହାତରେ ଟଙ୍କାଟିଏ ନଥିବାରୁ ବାଧ୍ୟ ହୋଇ ନିଜ ଦୁଇ ଝିଅଙ୍କୁ ଲଙ୍ଗଳ ଟାଣିବାକୁ କହିଥିଲେ । ଆଉ ଦାରିଦ୍ର୍ୟର ଜମି ମଝିରେ ଯନ୍ତ୍ରଣାର ଏ ଦୃଶ୍ୟ ସାରା ଦେଶକୁ ଦୋହାଲାଇ ଦେଇଛି ।

ତେବେ ସୋସିଆଲ ମିଡିଆରୁ ହଳ କରିବାର ଏ ହୃଦୟଥରା ଚିତ୍ର ଦେଖି ସହାୟତାର ହାତ ବଢାଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ । ସକାଳ ସୁଦ୍ଧା ଚାଷୀଙ୍କ ବିଲରେ ଦୁଇଟି ବଳଦ ପହଞ୍ଚାଇବାକୁ ସୋନୁ ପ୍ରଥମେ କହିଥିବା ବେଳେ ପରେ ଦେଶ ପାଇଁ ଏଭଳି କଷ୍ଟ କରୁଥିବା କୃଷକଙ୍କୁ ଟ୍ରାକ୍ଟର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୋନୁ । ଆଉ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ଘରେ ଏକ ଟ୍ରାକ୍ଟର ପହଞ୍ଚାଇବାକୁ ଟ୍ୱିଟ କରି ଲେଖିଛନ୍ତି । ତେବେ ପାଠ ପଢା ବୟସରେ ଜମିରେ ହଳ କରୁଥିବା ଦୁଇ ଝିଅ ଏବେ ନିଜ ପଢାରେ ମନ ଦିଅନ୍ତୁ ସେମାନଙ୍କୁ ଚାଷ ପାଇଁ କୌଣସି ଚିନ୍ତା କରିବାକୁ ପଡିବନି ବୋଲି ଲେଖିଛନ୍ତି ସୋନୁ । ଯେତେବେଳେ, ଯେକୌଣସି ଲୋକ ଯେଉଁ ଅସୁବିଧାରେ ପଡୁଥାଉ ନା କାହିକି । ସୋନୁଙ୍କ ନଜରରେ ଆସିଲେ ସେ ସଙ୍ଗେ ସଙ୍ଗେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ଯେଉଁ କାମ ସରକାର କରିବା କଥା ସେ କାମ ସୋନୁ କରି ହୃଦୟ ପରେ ହୃଦୟ ଜିତି ଚାଲିଛନ୍ତି ।

ଚାଷୀ ଭାଇଙ୍କୁ ସୋନୁ କିଣିଦେବେ ଟ୍ରାକ୍ଟର

#ଚାଷୀ_ଭାଇଙ୍କୁ_ସୋନୁ_କିଣିଦେବେ_ଟ୍ରାକ୍ଟର#ସାହାଯ୍ୟର_ଅନ୍ୟ_ନାଁ_ସୋନୁ_ସୁଦ୍ବଳଦ ବଦଳରେ ବିଲରେ ହଳ କରୁଥିଲେ ଝିଅ । ସୋସିଆଲ ମିଡ଼ିଆରେ ହଳର ହୃଦୟଥରା ଦୃଶ୍ୟ ଦେଖି ସହି ପାରିଲେନି ସୋନୁ ସୁଦ୍ । ଟ୍ୱିଟ କରି ଚାଷୀ ଭାଇଙ୍କୁ ଦେଲେ ଭରସା, ଆଉ ନୁହେଁ ତମେ ହଳ କରିବ ତ ଟ୍ରାକ୍ଟରେ । ଝିଅଙ୍କୁ ପାଠ ପଢ଼ିବାକୁ କୁହ, ଚାଷ ପାଇଁ ମୁଁ ପଠାଉଛି ଟ୍ରାକ୍ଟର…#Farming Sonu Sood

Posted by Kanak News on Sunday, 26 July 2020