କେହି ହେବେନି ଶିକ୍ଷାରୁ ବଞ୍ଚିତ । ସ୍କୁଲ ଯିବାକୁ ୩୫ ଜଣ ଝିଅଙ୍କୁ ସାଇକେଲ ଦେବେ ସୋନୁ ସୁଦ । ଚାଲିଚାଲି ୧୫ କିଲୋମିଟର ଜଙ୍ଗଲ ରାସ୍ତାରେ ଝିଅମାନେ ଯାଉଛନ୍ତି ସ୍କୁଲ

149

କନକ ବ୍ୟୁରୋ : ଦେଶର ଭବିଷ୍ୟତକୁ ସଜାଡିବାରେ ଲାଗିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ନେତା ମନ୍ତ୍ରୀ ଯେଉଁ କାମ ପାରୁନାହାନ୍ତି ତାକୁ କରି ଦେଖାଉଛନ୍ତି ସୋନୁ । ଶିକ୍ଷା ହେଉ ଅବା ସ୍ୱାସ୍ଥ୍ୟ ଲୋକଙ୍କୁ ସବୁ ପ୍ରକାର ସୁବିଧା ଦେଉଛନ୍ତି ଏହି ଅଭିନେତା । ଏବେ ଦେଶର ଉନ୍ନତି ଓ ଗରିବଙ୍କ ସାହାଯ୍ୟ ପାଇଁ ଆଉ ଏକ ପାଦ ଆଗେଇଛନ୍ତି ସୋନୁ ସୁଦ । ଏବେ ସେ ଉତ୍ତର ପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲ୍ଲାର କିଛି ଝିଅଙ୍କୁ ଦେବେ ସାଇକେଲ ।

ସ୍କୁଲ ଯିବାକୁ ଅସୁବିଧାର ସମ୍ୁଖୀନ ହେଉଥିବା ଏହି ଗାଁର ଗରିବ ପିଲାଙ୍କ ପାଇଁ ଏବେ ଛିଡା ହୋଇଛନ୍ତି ହୃଦୟର ହିରୋ । ଏହି ଗାଁରେ ପଞ୍ଚମ କ୍ଲାସ ପରେ ଝିଅମାନେ ସ୍କୁଲ ଯିବା ଛାଡି ଦେଉଛନ୍ତି । ଏହାର କାରଣ ହେଉଛି ସେମାନଙ୍କୁ ସ୍କୁଲ ଯିବାକୁ ୧୫ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିକି ଯିବାକୁ ପଡୁଛି । ସେହି ଅଞ୍ଚଳ ନକ୍ସଲ ପ୍ରବଣ ହୋଇଥିବାରୁ ଅଭିବାଭକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ହୁଅନ୍ତି ନାହିଁ ।
ଏନେଇ ସନ୍ତୋଷ ଚୌହାନ ନାମକ ଜଣେ ଟ୍ୱିଟର ୟୁଜର ସୋନୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଟ୍ୱିଟ କରି ଲେଖିଥିଲେ, ଏହି ଗାଁରେ ୩୫ ଜଣ ଝିଅ ଅଛନ୍ତି, ଯେଉଁମାନଙ୍କୁ ସ୍କୁଲ ଯିବାକୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଏହି ରସ୍ତା ବିପଦପୂର୍ଣ୍ଣ ଥିବାରୁ ଅବିଭାବକମାନେ ପିଲାଙ୍କୁ ଛାଡିବାକୁ ରାଜି ହୋଇନଥାନ୍ତି । ଆପଣ ଯଦି ଏହି ପିଲାଙ୍କୁ ସାଇକେଲ ଯୋଗେଇ ଦିଅନ୍ତେ ତେବେ ଏମାନଙ୍କ ଭବିଷ୍ୟତ ବଦଳିଯାଆନ୍ତା ।

ଏହାର ଉତ୍ତର ଦେଇ ସୋନୁ ସୁଦ ଲେଖିଛନ୍ତି, ଗାଁର ସବୁ ଝିଅଙ୍କ ପାଖରେ ସାଇକେଲ ପହଞ୍ଚିବ, ସବୁ ଝିଅ ପାଠ ପାଢିବେ । ତାଙ୍କ ପରିବାର ଲୋକଙ୍କୁ କହିଦିଅ ସାଇକେଲ ପହଞ୍ଚୁଛି, ଚା ରେଡ୍ଡି କରି ରଖିଥିବେ ।

ସୋନୁ ସୁଦଙ୍କ ଏଭଳି କାମ ତାଙ୍କୁ ପୁଣି ଗରିବଙ୍କ ମଧ୍ୟରେ ଭଗବାନର ସ୍ଥାନ ଦେଇଛି । ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ଦେଶରେ ସେବାରେ ମଧ୍ୟ ନିଜ ଯୋଗଦାନ ଦେଉଛନ୍ତି । ଦେଶରେ ଚିକିତ୍ସା ଓ ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ସେ ସାହାଯ୍ୟର ହାତ ବଢାଉଛନ୍ତି । ତାଙ୍କର ଏଭଳି କାମ ଏବେ ତାଙ୍କୁ ଗରିବଙ୍କ ଭଗବାନ ଭାବେ ପରିଚୟ ଦେଇଛି ।