କନକ ବ୍ୟୁରୋ : ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ଏହି କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ସାହାଯ୍ୟ କରି ଆସୁଛନ୍ତି । ଦିନ-ରାତି ନିଜ ଟିମ ସହିତ କରୋନା ପ୍ରଭାବିତ ଲୋକଙ୍କ ପାଖରେ କିପରି ସାହାଯ୍ୟ ପହଞ୍ଚିବ ସେ ବ୍ୟବସ୍ଥା କରିବାରେ ଲାଗି ପଡ଼ିଛନ୍ତି । କେବେ କାହାକୁ ହସ୍ପିଟାଲରେ ବେଡ ତ ଆଉ କାହା ପାଇଁ ଅକ୍ସିଜେନର ବ୍ୟବସ୍ଥା କରୁଛନ୍ତି । ନିକଟରେ ସେ ବେଙ୍ଗାଲୁରୁରେ ୨୨କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ଯେଉଁଥିପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଆସୁଛି ।

Advertisment

ମଙ୍ଗଳବାର ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନର ଜଣେ ସଦସ୍ୟଙ୍କ ପାଖକୁ ଓଲଡ ଟାଉନର ଇନ୍ସପେକ୍ଟର ଏମଆର ସତ୍ୟନାରାୟଣଙ୍କ ଫୋନ ଆସିଥିଲା। ସେ ଏଆରଏକେ ହସ୍ପିଟାଲର ଗମ୍ଭୀରସ୍ଥିତି ବିଷୟରେ କହିବା ସହିତ ଅକ୍ସିଜେନ ଅଭାବ ଥିବା ବି ଜଣାଇଥିଲେ । ଯେମିତି ହିଁ ଅଭିନେତାଙ୍କୁ ଏହି ଖବର ମିଳିଥିଲା ସେ ତାଙ୍କ ଟିମ ସହିତ ରାତି ଅଧରେ ୧୫ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରି ହସ୍ପିଟାଲରେ ପହଞ୍ଚି ଯାଇଥିଲେ। ଏହି ଅକ୍ସିଜେନକୁ ସୋନୁ ସଞ୍ଜିବନୀ ଭଳି ସଠିକ ସମୟରେ ପହଞ୍ଚାଇ ପାରିଥିବାରୁ ୨୨ଜଣ କରୋନା ରୋଗୀଙ୍କ ଏଥିପାଇଁ ଜୀବନ ବଞ୍ଚିଯାଇଛି । ସୋନୁ ସୁଦ ଏହି ଘଟଣାରେ ସାମିଲ ଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।